କନକ ବ୍ୟୁରୋ : ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ପ୍ରତ୍ୟେକ ଦେଶର ବିକାଶ ଯାତ୍ରାରେ କିଛି ଏଭଳି ମୁହୂର୍ତ୍ତ ଆସିଥାଏ ଯାହା ସବୁବେଳେ ସ୍ମରଣୀୟ ହୋଇ ରହିଥାଏ । ଦୀର୍ଘ ସମୟ ଧରି ଏହା ବିକାଶର ଗୌରବ ଗାଥା ବହନ କରୁଥାଏ । ଆଜିର ଦିନ ଠିକ୍ ସେହିଭଳି ଏକ ଦିନ । ୨୮ ମେ’ ୨୦୨୩ ସେହିଭଳି ଏକ ଶୁଭ ଅବସର । ଦେଶ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛି । ଏଭଳି ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତରେ ପୂରା ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଏହା କେବଳ ଭବନ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତିବିମ୍ବ । ଏହା ଆମର ଲୋକତନ୍ତ୍ରର ମନ୍ଦିର ।
ଏହାସହ ନୂଆ ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ଯୋଜନାକୁ ଯଥାର୍ଥ କରିବା ଠାରୁ ଆରମ୍ଭ କରି ନୀତିକୁ ନିର୍ମାଣ ସହ ଯୋଡିବାର ପ୍ରମୁଖ ଅଙ୍ଗ । ଏହି ସଂସଦ ଭବନ ଆମର ସ୍ୱତନ୍ତ୍ର ସେନାନୀଙ୍କର ସ୍ୱପ୍ନକୁ ସାକାର କରିବ । ଏହି ନୂଆ ସଂସଦ ଭବନ ଭାରତର ବିକାଶ ସହ ବିଶ୍ୱ ବିକାଶ ପାଇଁ ମାର୍ଗ ପ୍ରସ୍ତୁତ କରିବ । ପବିତ୍ର ସଂସଦରେ ରାଜଦଣ୍ଡର ସ୍ଥାପନା କରାଯାଇଛି । ମହାନ ଚୋଳ ସାମ୍ରାଜ୍ୟରେ ରାଜଦଣ୍ଡ କର୍ତ୍ତବ୍ୟ ପଥ, ସେବା ପଥ, ରାଷ୍ଟ୍ର ପଥର ପ୍ରତୀକ ରହିଥିଲା । ଯେତେବେଳେ ବି ସଂସଦ ଭବନର କାର୍ଯ୍ୟଭାର ଆରମ୍ଭ ହେବ ରାଜଦଣ୍ଡ ଆମକୁ ପ୍ରେରଣା ଦେବ । ଭାରତ କେବଳ ଲୋକତନ୍ତ୍ରର ରାଷ୍ଟ୍ର ନୁହେଁ ବରଂ ଲୋକତନ୍ତ୍ରର ଜନନୀ । ଲୋକତନ୍ତ୍ର କେବଳ ବ୍ୟବସ୍ଥା ନୁହେଁ ବରଂ ସଂସ୍କାର, ବିଚାର ଓ ପରମ୍ପରାର ପ୍ରତୀକ । ଆମର ଲୋକତନ୍ତ୍ର ଆମର ପ୍ରେରଣା, ଆମ ସମ୍ବିଧାନ ଆମର ସଂକଳ୍ପ । ଏହି ପ୍ରେରଣା ଓ ସଂକଳ୍ପର ଶ୍ରେଷ୍ଠ ପ୍ରତିନିଧି ଆମର ସଂସଦ ।
As the new building of India’s Parliament is inaugurated, our hearts and minds are filled with pride, hope and promise. May this iconic building be a cradle of empowerment, igniting dreams and nurturing them into reality. May it propel our great nation to new heights of progress. pic.twitter.com/zzGuRoHrUS
— Narendra Modi (@narendramodi) May 28, 2023
ମୋଦୀ କହିଛନ୍ତି, ସମୟ ଥିଲା ଅନ୍ୟ ଦେଶର ନିର୍ମାଣକୁ ଦେଖି ଆମେ ମୁଗ୍ଧ ହେଉଥିଲେ । ଏକବିଂଶ ଶତାବ୍ଦୀର ଭାରତ ଗୁଲାମର ଭାବନାକୁ ବହୁତ ପଛରେ ଛାଡି ଆସିଛନ୍ତି । ଏବେ ସଂସଦ ଭବନକୁ ଦେଖି ଭାରତୀୟ ଭାବେ ଗର୍ବର୍ତ । ଏହି ସଂସଦ ଭବନର ନିର୍ମାଣ ପାଇଁ ୬୦ ହଜାର ଶ୍ରମିକଙ୍କୁ ରୋଜଗାର ମିଳିଥିଲା । ଏହି ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ସୂର୍ଯ୍ୟୋଦୟର ସାକ୍ଷୀ ସାଜିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/FxM8e7XakAI8gAN.jpg)