‘ଦେଶର ସବୁ ଗରିବଙ୍କ ଯେଉଁ ଜାତି, ତାହା ମୋର ଜାତି ।’ ଜାତିକୁ ନେଇ ମାୟାବତୀଙ୍କୁ ମୋଦିଙ୍କ ଆକ୍ରମଣ ।

166

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପକ୍ଷ ଦଳକୁ ସମାଲୋଚନା କରିବାକୁ ଭୁଲି ନ ଥିଲେ । ସମସ୍ତଙ୍କ ବୟାନର ଗୋଟି ଗୋଟି କରି ଜବାବ ଦେଇଥିଲେ ମୋଦୀ । ଜନସଭାକୁ ସମର୍ଥନ କରି, ୨୧ବର୍ଷ ପୂର୍ବେ ପରମାଣୁ ପରୀକ୍ଷଣ ଅପରେସନ ଶକ୍ତିକୁ ସଫଳ କରାଯାଇଥିଲା । ମୁଁ ଭାରତକୁ ଏହି ଖ୍ୟାତି ଦେଇଥିବା ବୈଜ୍ଞାନିକମାନଙ୍କୁ ସଲାମ କରୁଛି । ୧୯୯୮ର ଏହି ଐତିହାସିକ ଘଟଣା ରାଜନୈତିକ ଇଚ୍ଛାଶକ୍ତି ଦେଶର ସୁରକ୍ଷା ପାଇଁ କ’ଣ କ’ଣ କରିବାରେ ତାହା ପ୍ରମାଣ କରିଥିଲା ।

ବାଜପେୟୀ ସରକାରଙ୍କ ପୂର୍ବରୁ ଥିବା ସରକାରଙ୍କ ମଧ୍ୟରେ ଏଭଳି ନିଷ୍ପତ୍ତି ନେବାର ସାହସ ନ ଥିଲା । ରାଷ୍ଟ୍ରୀୟ ସୁରକ୍ଷା ଏକ ଦଳ ପାଇଁ ସର୍ବପ୍ରଥମ ହେଲେ ଯାଇ ଜଣେ ପରମାଣୁ ପରୀକ୍ଷଣ ଭଳି ନିଷ୍ପତ୍ତି ନେବାର ସାହସ କରି ପାରିବ । ଏବେ ବିପକ୍ଷ ଦଳ ମୋର ଜାତିକୁ ନେଇ ପ୍ରଶ୍ନ ଉଠାଇଛି । ସେମାନଙ୍କୁ ମୁଁ କହିବାକୁ ଚାହେଁ, ଦେଶର ଗରିବମାନଙ୍କର ଜାତି ଯାହା ମୋର ଜାତି ମଧ୍ୟ ତାହା ବୋଲି ସେମାନେ ଜାଣି ରଖନ୍ତୁ ବୋଲି କହିଛନ୍ତି ମୋଦୀ ।

ସୂଚନା ମୁତାବକ, ଶୁକ୍ରବାର ମୋଦୀଙ୍କ ଉପରେ କଟାକ୍ଷ କରି ବହୁଜନ ସମାଜବାଦୀ ପାର୍ଟିିର ସୁପ୍ରିମୋ ମାୟାବତୀ ତାଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ରାଜନୈତିକ ସ୍ୱାର୍ଥ ପାଇଁ ଜୋର ଜବରଦସ୍ତ ପଛୁଆ ବର୍ଗରେ ସାମିଲ ହୋଇଛନ୍ତି । ଯଦି ମୋଦୀ ଜନ୍ମରୁ ପଛୁଆ ବର୍ଗର ହୋଇ ଜନ୍ମ ହୋଇଥାନ୍ତେ, ତେବେ ଆର୍‌ଏସ୍‌ଏସ୍‌ କେବେ ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ କରି ନ ଥାନ୍ତା ।