ଶିକ୍ଷକ ପର୍ବ ଅବସରେ ଏକାଧିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

114

କନକ ବ୍ୟୁରୋ :  ଶିକ୍ଷକ ପର୍ବ ଅବସରେ ଆଜି ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦ୍ୟାଂଜଳି ୨.୦, ନିଷ୍ଠା ୩.୦, ଟକିଂ ବୁକ୍ସ ଏବଂ ସ୍କୁଲ କ୍ୱାଲିଟି ଆସେସମେଂଟ ଆଣ୍ଡ ଆସ୍ୟୁରେନ୍ସ ଫ୍ରେମୱାର୍କ ସହ ୧୦ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେିତକ ଭାଷାର ଏକ ଶବ୍ଦକୋଷର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭିଡିଓ କନଫରେସିଂ ଜରିଆରେ ସାମିଲ ହୋଇଥିଲେ । ଏହି ଅବସରରେ ଜାତୀୟ ପୁରସ୍କାର ବିଜେତା ଶିକ୍ଷକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ଆରମ୍ଭ ହୋଇଥିବା ବହୁମୁଖୀ ଉଦ୍ୟମ ଗୁଡିକ ଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।