ପ୍ରଧାନମନ୍ତ୍ରୀଙ୍କ ୧୧୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ଉଠାଇଲେ ଓଡିଶାର ରଥଯାତ୍ରା ପ୍ରସଙ୍ଗ

99

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ୧୧୧ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ମୋଦୀଙ୍କ ତୃତୀୟ ପାଳିର ଏହା ପ୍ରଥମ ମନ୍ କୀ ବାତ୍ ଏପିସୋଡ୍ । ନିର୍ବାଚନ ପାଇଁ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ମନ୍ କି ବାତ୍ । ପୁରୀ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହୁ । ଏହାସହ ପରିବେଶ ସୁରକ୍ଷାର ବାର୍ତା ଦେଇ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ପ୍ୟାରିସ୍ରେ ହେବାକୁ ଥିବା ଅଲିମ୍ପିକ୍ସ ନେଇ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।