ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ ମୋଦିଙ୍କ ସଦୃଶ ଦେଖାଯାଉଥିବା ଅଭିନନ୍ଦନ ପାଠକ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଭରିଲେ ନାମାଙ୍କନ

ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ ମୋଦିଙ୍କ ସଦୃଶ ଦେଖାଯାଉଥିବା ଅଭିନନ୍ଦନ ପାଠକ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଭରିଲେ ନାମାଙ୍କନ

source : SakhiPost

ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦିଶୁଥିବା ଅଭିନନ୍ଦନ ପାଠକ। ଅଭିନନ୍ଦନ ପାଠକ ଜଣେ ସାଧାରଣ ଲୋକ କିନ୍ତୁ ନରେନ୍ଦ୍ର ମୋଦିଙ୍କ ଭଳି ଦିଶୁଥିବାରୁ ସେ ବହୁତ ଲୋକପ୍ରିୟ । ବନ୍ଧୁ ମହଲରେ ‘ଛୋଟା ମୋଦି’ଭାବେ ପରିଚିତ ପାଠକ କହିଛନ୍ତି ଏପ୍ରିଲ୍ ୨୬ ତାରିଖ ଦିନ ମଧ୍ୟ ସେ ପ୍ରଧାନନ୍ତ୍ରୀ ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିବେ। ଲକ୍ଷ୍ନୌରେ ମେ’ ୬ ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଉଥିବାବେଳେ ବାରାଣସୀରେ ମେ’ ୧୯ ତାରିଖରେ ଭୋଟ୍ ଗ୍ରହଣ କରାଯିବ।

publive-image

ଏପ୍ରିଲ୍ ୧୬ ତାରିଖ ଦିନ ରାଜନାଥ ସିଂହ ଲକ୍ଷ୍ନୌରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଖଦି କୁର୍ତ୍ତା ପିନ୍ଧିଥିବା ପାଠକ କହନ୍ତି, ମୁଁ ଲୋକଙ୍କ ସେବା କରିବାକୁ ଏଠାକୁ ଆସିଛି ଏବଂ ପାର୍ଲାମେଣ୍ଟରେ ସେମାନଙ୍କୁ ପ୍ରତିନିଧିତ୍ୱ କରିବି ଓ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବି। ପାଠକ କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତକିନ୍ତୁ ତାଙ୍କ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ମନ କଥା କହୁଥିବା ଲୋକ ଜଣକ ମନ କଥା ଶୁଣି ନାହାନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରଖିବାରେ ଅସଫଳ ହୋଇଛନ୍ତି। ପାଠକଙ୍କ ଘର ସାହରନପୁର। ସେ ଗତ କିଛି ବର୍ଷ ହେବ ରାଜ୍ୟ ରାଜଧାନୀରେ ବାସ କରୁଛନ୍ତି।ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆବଶ୍ୟକ ସିକ୍ୟୁରିଟି ବାବଦ ୨୫, ୦୦୦/- ଟଙ୍କା ଯୋଗାଡ଼ କରି ଦେଇଥିବାରୁ ସେ ଲକ୍ଷ୍ନୌର ମଣକ ନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe