ଭୟ ବଢାଇଲା ଚୀନ ଭୂତାଣୁ । ପ୍ରଧାନମନ୍ତ୍ରୀ ଡାକିଲେ କରୋନା ସମୀକ୍ଷା ବୈଠକ ।

174

କନକ ବ୍ୟୁରୋ: ଚୀନର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଚିନ୍ତା ବଢାଇଥିବା ବେଳେ ଭାରତରେ କରୋନା ମୁକାବିଲା ନେଇ ସତର୍କତା ବଢିଛି । ଏହାରି ଭିତରେ କରୋନା ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମିଟିଂରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି । କେମିତି ନୂଆ ଭାରିଆଣ୍ଟର ମୁକାବିଲା କରିହେବ । ଭାରତ କରୋନା ପାଇଁ କେତେ ସଚେତନ ଅଛି ସେ ନେଇ ଚାଲିଛି ବୈଠକ ।

ତେବେ ସେପଟେ କରୋନା ନେଇ ସତର୍କ ଓ ସଚେତନ କରିଛି ଆଇଏମଏ । ତୁରନ୍ତ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପରିଧାନ, ସାମାଜିକ ଦୂରତା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ବିଦେଶରେ ସଂକ୍ରମଣ ହୁ ହୁ ବଢୁଥିବା ବେଳେ ଭାରତରେ ବି ନୂଆ ଭାରିଆଣ୍ଟ ବିଏଫ- ୭ ।

ଏପଟେ ରାଜ୍ୟରେ ଚୀନ ଭାରିଆଂଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ଲକଡାଉନ ଓ ସଟଡାଉନରୁ ବର୍ତିବାକୁ ହେଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।