କୃଷି ଆଇନ୍ ପ୍ରତ୍ୟାହାର ପରେ ଦାବି ଉଠାଇଲେ ଫାରୁକ ଅବଦ୍ଦୁଲ୍ଲା । ଧାରା ୩୭୦ ପ୍ରସଙ୍ଗରେ ବିଜେପିକୁ କଲେ ଟାର୍ଗେଟ୍

224

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି କୃଷି ଆଇନକୁ ପ୍ରତ୍ୟାହାର କଲେ… ଏବେ ସେହିଭଳି ଜମ୍ମୁ-କାଶ୍ମୀରରୁ ହଟିଥିବା ଧାରା ୩୭୦କୁ ପୁଣି ଲାଗୁ କରନ୍ତୁ । ଜମ୍ମୁ-କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା କିଛି ଏହିଭଳି ଦାବି ଉଠାଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ପ୍ରିତିକ୍ରିୟା ଦେଇ ଫାରୁକ ଅବଦ୍ଦୁଲା କହିଛନ୍ତି, ଆଗକୁ ନିର୍ବାଚନ ଆସୁଥିବାରୁ ମୋଦି ସରକାର କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ଯାହାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଯେପର୍ଯ୍ୟନ୍ତ ସଂସଦରେ କୃଷି ଆଇନକୁ ହଟାଯାଇନାହିଁ ସେପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନରୁ ହଟିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି କି, ଯେଉଁଭଳି ଭାବରେ କୃଷି ଆଇନକୁ ପ୍ରତ୍ୟାହାର କରାଗଲା, ସେହିବଳି ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ ପୁଣି ଲାଗୁ କରାଯାଉ । ଜମ୍ମୁ-କାଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ହେଲେ ରାଜ୍ୟକୁ ଶାନ୍ତି ଫେରିବ ।
ଅଗଷ୍ଟ ୫ତାରିଖ ୨୦୧୯ରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପରିଚୟ ଦେଉଥିବା ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ଏହା ସହିତ ଜମ୍ମୁ-କାଶ୍ମୀରକୁ ଦୁଇଭାଗରେ ବାଣ୍ଟି ଦିଆଯାଇଥିଲା ।