ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟ୍ କରି ବିକାଶ ପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ।

320

କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ପ୍ରବାଦ ପୁରୁଷଙ୍କ ଅବଦାନକୁ ମନେ ପକାଇଛନ୍ତି । ମୋଦୀ ଲେଖିଛନ୍ତି, ବିଜୁ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅଦମ୍ୟ ସାହସ ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସୁଛି । ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ଆଦର୍ଶ ହୋଇ ରହିବ । ଆଜିର ଏହି ବିଶେଷ ଦିନରେ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପାଇଁ ସେ ଆସୁଛନ୍ତି । ଆଜି ପରି ମହତ୍ତ୍ୱ୍ୱପୂର୍ଣ୍ଣ ଦିନରେ ସେ ଓଡ଼ିଶାରେ ଉପସ୍ଥିତ ରହିବେ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।