ବାଲିରେ ‘ବାଲିଯାତ୍ରା’ କାହାଣୀ। ବାଣିଜ୍ୟିକ ସମ୍ପର୍କ ସ୍ମୃତିକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ।

ବାଲିରେ ‘ବାଲିଯାତ୍ରା’ କାହାଣୀ। ବାଣିଜ୍ୟିକ ସମ୍ପର୍କ ସ୍ମୃତିକୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁରେ ବାଲିଯାତ୍ରା ଚର୍ଚ୍ଚା । ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ବାଲିରେ ପହଞ୍ଚିଛନ୍ତି । ସେଠାରେ ସେ ପ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ସମ୍ବୋଧନ ବେଳେ ମୋଦୀଙ୍କ ମୁହଁରେ ବାଲିଯାତ୍ରାର ଚର୍ଚ୍ଚା ଦେଖିବାକୁ ମିଳିଥିଲା ।

ମୋଦୀ କହିଛନ୍ତି, ଏଠାରୁ ୧୫ ଶହ କିମି ଦୂରରେ କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି । ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସମ୍ପର୍କ ସ୍ମୃତିରେ ବାଲିଯାତ୍ରା ଚାଲିଛି । ଏହି ଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ । ନେଟରେ ବାଲିଯାତ୍ରାର ଫଟୋ ଦେଖି ଏଠାକାର ଲୋକ ଗର୍ବିତ ଓ ଖୁସି ହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି ମୋଦୀ । ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe