ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ : କହିଲେ, ପାର୍ବଣ ସମୟରେ ଲୋକେ କିଣନ୍ତୁ ମେଡ ଇନ୍ ଇଣ୍ଡିଆ ସାମଗ୍ରୀ

Advertisment
ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ : କହିଲେ, ପାର୍ବଣ ସମୟରେ ଲୋକେ କିଣନ୍ତୁ ମେଡ ଇନ୍ ଇଣ୍ଡିଆ ସାମଗ୍ରୀ

କନକ ବ୍ୟୁରୋ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଛନ୍ତି, କାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଛି । ଏହି ସଫଳତା ଦେଶବାସୀଙ୍କ ସଫଳତା । ଟିକାକରଣକୁ ନେଇ ଦେଶ ନୂଆ ଇତିହାସ ସୃଷ୍ଟି କରିଛି । ଭରତର ଏହି ସଫଳତାକୁ ବିଶ୍ୱ ପ୍ରଶଂସା କରୁଛି । ପୂର୍ବରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କରୋନା ଟିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ୧୦୦ କୋଟି ଟିକାକରଣ ସବୁ ପ୍ରଶ୍ନର ପ୍ରକୃତ ଜବାବ । କରୋନାରୁ ସୁରକ୍ଷିତ ଦେଶ ଭାବେ ଭାରତକୁ ଗଣାଯିବ । ବିଶ୍ୱ ଭାରତର ଶକ୍ତିକୁ ଉପଲବ୍ଧ କରୁଛି । ଟିକାକରଣ ସମସ୍ତଙ୍କ ପ୍ରୟାସର ଜୀବନ୍ତ ଉଦାହରଣ ।

ଭୂତାଣୁ ବିରୋଧରେ ପ୍ରାରମ୍ଭିକ ଅଭିଯାନ କଥା ସ୍ମରଣ କରି ସେ କହିଲେ, ‘ତାଳି, ଥାଳି’ ଠାରୁ ଆରମ୍ଭ କରି ସଦ୍ୟତମ କୃତ୍ୱିତ୍ୱର ଦର୍ଶାଉଛି ଯେ, ଏହି ସଂଗ୍ରାମରେ ଦେଶ ଏକଜୁଟ ହୋଇଛି ।ଗତକାଲି ଦେଶରେ ଟିକାକରଣ ସଂଖ୍ୟା ୧୦୦ କୋଟି ଟପିବା ପରେ ଆଜିର ଉଦ୍‌ବୋଧନୀ ଭାଷଣରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟା ବଳରେ କୋଭିଡ୍‌ ଦମନ ଅଭିଯାନରେ ଆମେ ଦେଶ ସଫଳ ହୋଇଛି। ଏହା ସେମାନଙ୍କ ସଫଳତା। ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ସେ କହିଛନ୍ତି, ସମଗ୍ର ବିଶ୍ୱର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ ଜାଣିପାରିବେ ନାହିଁ, ଆମେ କେମିିତି ଏହି ଅଭିଯାନ ଆରମ୍ଭ କରିଥିଲୁ, କେତେବେଳେ ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲୁ ।

ସେତେବେଳେ ଅନେକ ସନ୍ଦେହ ହୋଇଥିଲା । ଆମେ ଟିକା କ୍ରୟ କରିପାରିବୁ ତ ? ମହାମାରୀକୁ ପରାହତ କରିବାକୁ ଆମେ ଯଥା ଶୀଘ୍ର ଟିକା ଦେବାକୁ ସମର୍ଥ ହେବୁ କି ? ଆଜିର ଏ ସମୟ ସେସବୁ ସନ୍ଦେହ ମୋଚନ କରିଛି । ‘ଫାର୍ମା ହବ୍‌’ ଭାବେ ଆମର ସ୍ଥିତି ସୁଦୃଢ଼ ହୋଇଛି । ଆଜିର ଦିନ ହେଉଛି ‘ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ପ୍ରୟାସ୍‌’ର ଜୀବନ୍ତ ଉଦାହରଣ । ଟିକା ଦ୍ୱିଧାବୋଧ ସଂକ୍ରାନ୍ତରେ ସେ କହିଲେ ଯେ, ଅନେକ ବିକଶିତ ରାଷ୍ଟ୍ରରେ ଏହା ଗୋଟାଏ ସମସ୍ୟା ହୋଇଥିଲା । କିନ୍ତୁ, ୧୦୦ କୋଟି ଟିକା ପ୍ରଦାନ ଦର୍ଶାଉଛି ଯେ, ଭାରତରେ ଏ ଭଳି ସମସ୍ୟା ନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe