ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ଗସ୍ତରେ ୨ ଦିନ ପାଇଁ ଯାଇଥିବା ବେଳେ ଶୁକ୍ରବାର ଭାରତ ଫେରିଛନ୍ତି । ଏହି ଗସ୍ତର ଅନ୍ତିମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସରଳତାର ଉଦାହରଣ ଦେଇଥିବା ନଜର ଆସିଛନ୍ତି । ଫଟୋ ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବସିବା ପାଇଁ ସୋଫାର ଆୟୋଜନ କରାଯାଇଥିଲା ଏବଂ ଅନ୍ୟମାନଙ୍କ ପାଇଁ ସାମାନ୍ୟ ଚଉକିର ଆୟୋଜନ କରାଯାଇଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ସୋଫାରେ ବସିବା ପାଇଁ ସିଧାସିଧା ମନା କରିଦେଇଥିଲେ । ପରେ ତାଙ୍କ ପାଇଁ ସୋଫା ହଟାଯାଇ ଅନ୍ୟମାନଙ୍କ ପରି ସାମାନ୍ୟ ଚଉକି ଲଗାଯାଇଥିଲା । ତେବେ ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ରେଳମନ୍ତ୍ରୀ ପିୟୁସ୍ ଗୋୟଲ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।
PM @NarendraModi जी की सरलता का उदाहरण आज पुनः देखने को मिला, उन्होंने रूस में अपने लिए की गई विशेष व्यवस्था को हटवा कर अन्य लोगों के साथ सामान्य कुर्सी पर बैठने की इच्छा जाहिर की। pic.twitter.com/6Rn7eHid6N
— Piyush Goyal (@PiyushGoyal) September 5, 2019
ଏକ ମିନିଟ୍ ର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋ ଉତ୍ତୋଳନ ସମୟରେ ହଲ୍ ଭିତରକୁ ପ୍ରବେଶ କରୁଛନ୍ତି ଯେଉଁଠାରେ ତାଙ୍କ ବସିବା ପାଇଁ ସ୍ୱତନ୍ତ୍ର ସୋଫାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଅନ୍ୟ ଲୋକଙ୍କ ପାଇଁ ସାମାନ୍ୟ ଚଉକିର ବ୍ୟବସ୍ଥା କରାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଯେତେବେଳେ ସୋଫାରେ ବସିବା ପାଇଁ କୁହାଯାଉଛି ସେ ଏଥିରେ ଅମଙ୍ଗି ଚଉକି ଆଣିବାକୁ କର୍ମଚାରୀଙ୍କୁ କହୁଛନ୍ତିି ଏବଂ ସମସ୍ତଙ୍କ ସହ ଚଉକିରେ ବସୁଛନ୍ତି । ରେଳମନ୍ତ୍ରୀ ପିୟୁସ୍ ଗୋୟଲ୍ ଏହି ଭିଡିଓ ସେୟାର୍ କରି ଲେଖିଛନ୍ତି , ମୋଦି ଜୀଙ୍କ ସରଳତାର ଉଦାହରଣ ଆଜି ପୁନଃ ଦେଖିବାକୁୁ ମିଳିଛି । ଋଷ୍ ରେ କରାଯାଇଥିବା ବିଶେଷ ବ୍ୟବସ୍ଥାକୁ ହଟାଇ ସେ ଅନ୍ୟମାନଙ୍କ ସହ ସାମାନ୍ୟ ଚଉକିରେ ବସିବାର ଇଚ୍ଛା ଜାହିର କରିଛନ୍ତି । ଆପଣଙ୍କୁ କହିରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ ବୈଠକରେ ଭାଗ ନେବା ପାଇଁ ଋଷ୍ ର ବ୍ଲାଦିବୋସ୍ତୋକ୍ ସହର ପହଁଚିଥିଲେ ।