କନକ ବ୍ୟୁରୋ : ରୁଷ ପରେ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ । ୪୧ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଅଷ୍ଟ୍ରିଆ ଗସ୍ତରେ ଯାଇଥିବା ବେଳେ ଭବ୍ୟ ସ୍ବାଗତ କରାଯାଇଛି। ଚାନସେଲର କାର୍ଲ ନେହମରଙ୍କୁ ସାକ୍ଷାତ କରିବା ସହ ମୋଦି ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟ ମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ପହଁଚିବା ପରେ ମୋଦିଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଭାରତ-ଅଷ୍ଟ୍ରିଆର ରାଜନୈତିକ ସର୍ମ୍ପକକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି। ପ୍ରଥମେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡର ବାନ ଡେର ବେଲନ ଓ ଚାନସେଲର କାର୍ଲ ନେହମରରଙ୍କୁ ଭେଟି ବିଭିନ୍ନ କ୍ଷେତ୍ରୀୟ ଓ ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସହଭାଗିତା ନେଇ ଆଲୋଚନା ମଧ୍ୟ କରାଯାଇଛି। ମୋଦିଙ୍କ ସହ ଚାନସେଲର କାର୍ଲ ନେହମରର ସେଲଫି ନେଇଥିବା ମଧ୍ୟ ଦେଖିବାକୁ ମିଳିଛି।
କୁଟନୈତିକ ସଂପର୍କ ମଜବୁତ କରୁଛି ଭାରତ । ଋଷ ପରେ ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ । ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ଚାନସେଲର
/kanak/media/post_attachments/wp-content/uploads/2024/07/6-12.jpg)