ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ସମ୍ମାନ । ମିଳିଲା ସେରାୱିକ ଗ୍ଲୋବାଲ ଏନର୍ଜି ଆଣ୍ଡ ଇଣ୍ଡର୍ଭନେମଂଟ ଲିଡରସିପ ଆୱାର୍ଡ, ଦେଶବାସୀଙ୍କ ଉଦ୍ଦେଶ୍ୟରେ କଲେ ସମର୍ପିତ

51

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ବଡ ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ସେରାୱିକ ଗ୍ଲୋବାଲ ଏନର୍ଜି ଆଣ୍ଡ ଇଣ୍ଡର୍ଭନେମଂଟ ଲିଡରସିପ ଆୱାର୍ଡ । ପୁରସ୍କାର ପାଇବା ପରେ ମୋଦି କହିଛନ୍ତିଷ ଏହାକୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରୁଛନ୍ତି । ସେରାୱିକର ପ୍ରତିଷ୍ଠା ୧୯୮୩ ମସିହାରେ ହୋଇଥିଲା ଓ ପୁରସ୍କାର ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ପ୍ରତିବର୍ଷ ହଷ୍ଟନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବୈଶ୍ୱିକ ଉର୍ଜା ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଥାଏ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି ଏହି ସମ୍ମାନ ଭାରତୀୟ ନାଗରିକଙ୍କର ।