କନକ ବ୍ୟୁରୋ : ୨୦୧୯ ମସିହାର ଏକ ଜନସଭାରେ ପାକିସ୍ତାନକୁ ନେଇ ଏହି ବୟାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଥିଲେ ୫ବର୍ଷ ମଧ୍ୟରେ ଭାରତ ନିକଟରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ ।

Advertisment

ମୋଦି କହିଥିଲେ ପାକିସ୍ତାନ ଗର୍ବ ଓ ଅଂହକାରକୁ ଦିନେ ଭାଙ୍ଗିବ ଭାରତ ଓ ହାତରେ ଭିକ ଥାଳି ଧରି ବୁଲିବ ପାକିସ୍ତାନ । ଠିକ ୪ବର୍ଷ ପରେ ମୋଦିକଙ୍କ କଥା ସତ ହୋଇଛି । କାରଣ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମନେ ପଡିଛି ଭାରତ । ଭାରତ ବିରୋଧରେ ସବୁବେଳେ ଆତଙ୍କବାଦର ଷଡଯନ୍ତ୍ର କରୁଥିବା ପାକିସ୍ତାନ ଏବେ ମୁଣ୍ଡ ନୁଆଁଇଛି । ଏକ ସାକ୍ଷାତକାରରେ ପାକ୍ ପ୍ରଧାନମନ୍ତ୍ରୀ, ଭାରତ ନିକଟରେ ଗୁହାରୀ କରିଛନ୍ତି । ସେହେବାଜ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ସମସ୍ୟାକୁ ଗୁରୁତର ସହ ନିଅନ୍ତୁ । ଆମକୁ ଏବେ ସବୁ ପୁରୁଣା କଥା ଭୁଲି ସାମ୍ନାସାମ୍ନି ବସି ଆଲୋଚନା କରିବା ଉଚିତ୍ । କାଶ୍ମୀରରେ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । କାଶ୍ମୀର ସମସ୍ୟା ନେଇ ବୈଠକ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ସାମ୍ନାସାମ୍ନି ବୈଠକ ପାଇଁ ଡାକନ୍ତୁ । ଆମେ ଭାରତ ସହ ୩ଟି ଯୁଦ୍ଧ ଲଢ଼ିଛୁ । ହେଲେ ଏବେ ଆମେ ଯୁଦ୍ଧ ନୁହେଁ ପ୍ରଗତି ଚାହୁଁଛୁ । ବେରୋଜଗାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟାର ସମାଧାନ ଚାହୁଁଛୁ । ଆମ ସମ୍ପତିକୁ ବୋମା, ବାରୁଦରେ ନଷ୍ଟ କରିବାକୁ ଚାହୁଁନାହୁଁ । ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ଆଲୋଚନା ପାଇଁ ଡାକନ୍ତୁ ।

ପାକିସ୍ତାନର ସ୍ଥିତି ଏଭଳି ହୋଇଛି ଯେ ଏବେ ଦୁଇବେଳା ଖାଦ୍ୟ ପାଇଁ ମଧ୍ୟ ପାକିସ୍ତାନବାସୀଙ୍କୁ ସଂର୍ଘଷ କରିବାକୁ ପଡୁଛି । ପାକ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏଣିକି ପିଓକେରେ ମଧ୍ୟ ଦେଖିବାକୁ ମିଳୁଛି । ପିଓକେ ଅନ୍ତର୍ଗତ ଗିଲଗିଟ୍ ବାଲଟିସ୍ତାନରେ ଗତ ୧୮ ଦିନ ଧରି ଲୋକଙ୍କର ପ୍ରତିବାଦ ବିକ୍ଷୋଭ ଜାରି ରହିଛି । ଶହବାଜ ସରିଫ ସରକାର ବିରୋଧରେ ଲୋକେ ପ୍ରତିବାଦ, ନାରାବାଜି କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କୁଶପୁତଳିକା ଦାହ କରି ଲୋକେ ନ୍ୟାୟ ଦାବି କରିଛନ୍ତି । ଖାଦ୍ୟ ସଂକଟ ଏବଂ ପାକ୍ ସରକାରଙ୍କ ଭେଦଭାବ ନୀତି ବିରୋଧରେ ଦିନକୁ ଦିନ ଗିଲଗିଟ୍ ବାଲଟିସ୍ତାନରେ ବିକ୍ଷୋଭ ତେଜିବାର ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ମନେ ପଡିଛି ଭାରତ କଥା ।

କିଛି ଦିନ ପୂର୍ବରୁ ପିଓକେବାସୀ ମଧ୍ୟ ଭାରତ ସରକାରଙ୍କୁ ଗୁହାରୀ କରି ପିଓକେକୁ ଭାରତ ସହ ମିଶାଇବାକୁ ଅପିଲ କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫରେନ ପଲିସିକୁ ପୂରା ବିଶ୍ୱ ପ୍ରଂଶସା କରିଛି । ପ୍ରଥମ ଥର ପାଇଁ ପାକିସ୍ତାନ ମିଡିଆ ମୋଦିଙ୍କ ଭୁରି ଭରୁି ପ୍ରଶଂସା କରିଛି । ଭାରତକୁ ଗୋଟ ଶକ୍ତିଶାଳୀ ରାଷ୍ଟ୍ର କହିବା ସହ ପଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ମଧ୍ୟ ପ୍ରଂଶସା କରିଛି  ।