କନକ ବ୍ୟୁରୋ: ନାସିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାସିକରେ ପହଂଚିବା ପରେ ମୋଦିଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଜି ନାସିକରେ ରାଲିକୁ ସମ୍ବୋଧିତ କରି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ନାସିକରେ ‘ମହାଜନାଦେଶ ଯାତ୍ରା’ ରାଲିର ଉଦଯାପନୀ ସମାବେଶକୁ ସମ୍ବୋଧିତ କରି ନରେନ୍ଦ୍ର ମୋଦି ।
ଫଡନବୀସ ଗତ ୫ ବର୍ଷରେ ତାଙ୍କ ସରକାର କରିଥିବା ବିକାଶ କାମକୁ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟବ୍ୟାପୀ ‘ମହାଜନାଦେଶ ଯାତ୍ରା’ କରିଥିଲେ । ମହାରାଷ୍ଟ୍ରରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି । ତେଣୁ ଆଜି ନାସିକରେ ରାଲି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର ଆରମ୍ଭ କରିବେ ବୋଲି କୁହାଯାଉଛି ।