ମୋଦିଙ୍କ ସହ ହ୍ୟାଣ୍ଡସେକ କଲେନି ଜେଟଲୀ ! ହେଲେ କାହିଁକି ?

Advertisment
ମୋଦିଙ୍କ ସହ ହ୍ୟାଣ୍ଡସେକ କଲେନି ଜେଟଲୀ ! ହେଲେ କାହିଁକି ?

Image courtesy - catchnews.com

ମାହୋଲ ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ନିର୍ଣ୍ଣାୟକ ଦିନ । ଏହି ଦିନ ସଂସଦରେ ଏକ ମହତ୍ୱପୂର୍ଣ୍ଣ ଦିନ ଥିଲା । କାରଣ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟ ଲାଭ କରିଛନ୍ତି । ଏହି ଅବସରରେ ସଂସଦରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା । ବିଜୟୀ ହରିବଂଶ ନାରାୟଣ ସିଂଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବିଜେପି ନେତୃବୃନ୍ଦ ଏକାଠି ହୋଇଥିଲେ । ଦିର୍ଘ ତିନିମାସ ବିଶ୍ରାମ ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସଂସଦରେ ପହଞ୍ଚିଥିଲେ । ହରିବଂଶଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି ସୁପ୍ରିମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣ ଜେଟଲୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ପାଇଁ ହାତ ବଢାଇଥିଲେ । କିନ୍ତୁ କାହିଁକି କେଜାଣି ବିଜେପି ମୁଖିଆ ନରେନ୍ଦ୍ର ମୋଦିଙ୍କୁ ମୁହଁ ମୋଡି ଦେଲେ ଅରୁଣ ଜେଟଲୀ ।

ସୂଚନା ମୁତାବକ, ଅରୁଣ ଜେଟଲୀଙ୍କ କିଡୀନ୍ ଅପରେସନ ଗତ କିଛିଦିନ ତଳେ ହୋଇଥିବା କାରଣରୁ ଡାକ୍ତର ନିଜର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଧ୍ୟାନ ରଖିବା ପାଇଁ ପରାମର୍ଶ ଦେବା ସହ ଲୋକମାନଙ୍କ ସହ ଅଧିକ ମିଳା ମିସା କରିବା ପାଇଁ ମନା କରିଦେଇଥିଲେ । କେବଳ ଏହି କାରଣ ପାଇଁ ଜେଟଲୀ ପ୍ରାୟ ତିନିମାସ ଯାଏ ଘରେ ବିଶ୍ରାମ ନେଉଥିଲେ । ଏପରିକି ଅର୍ଥମନ୍ତ୍ରାଳୟର କ୍ଷମତାକୁ ମଧ୍ୟ ରେଳବାୟୀ ମନ୍ତ୍ରୀ ପିୟୁସ ଗୋୟଲ ସମ୍ଭାଳୁଥିଲେ ।

ସଂସଦରେ ଅରୁଣ ଜେଟଲୀ ଯୋଗ ଦେବା ପରେ ତାଙ୍କ ସହ କୌଣସିବି ବ୍ୟକ୍ତି ବେସି ମିଳାମିସା ନକରିବା ପାଇଁ ରାଜ୍ୟସଭାର ସଭାପତି ବେଙ୍କେୟା ନାଇଡୁ ଚେତାବନି ଦେଇଥିଲେ । ସେ କହିଥିଲେ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଧିରେ ଧିରେ ସୁଧାର ହେବାକୁ ଲାଗିଛି । ତେଣୁ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ସହ କେହି ମିଳାମିସା କରିବେ ନାହିଁ । ଏନଡିଏର କ୍ଷମତାଶିଳ ନେତା ମାନଙ୍କୁ ଛାଡି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଏଣ୍ଟନି ଭଳି ବିପକ୍ଷ ଦଳର ବରିଷ୍ଠ ନେତାମାନେ ମଧ୍ୟ ଡେକ୍ସକୁ ଥାପୁଡାଇ ଜେଟଲୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe