କନକ ବ୍ୟୁରୋ: ମନ୍ କି ବାତ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ୧୧୦ତମ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଦମ୍ପତିଙ୍କ ପ୍ରଶଂସା କରିଛନ୍ତି ମୋଦୀ । ଉଚ୍ଚ ଶିକ୍ଷିତ ହୋଇ ବି କିଭଳି ଏହି ଦମ୍ପତ୍ତି ଛେଳି ଚାଷ କରି ସଳଫ ହୋଇପାରିଛନ୍ତି ତାର ଉଦାହରଣ ଦେଶବାସୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଳହାଣ୍ଡିର ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିବା ସେ କହିଛନ୍ତି ।

ସେହିପରି ଦେଶରେ ପ୍ରତି କ୍ଷେତ୍ରରେ ନାରୀ ଶକ୍ତି ଆଗୁଆ ଥିବା କହିଛନ୍ତି ମୋଦୀ । ଡ୍ରୋନ ଉଡ଼ାଉଥିବା ଜଣେ ମହିଳାଙ୍କ ସହ କଥା ହେବା ସହ କୃଷି କାର୍ଯ୍ୟରେ ଡ୍ରୋନ ବେଶ ସହାୟତ ହୋଇଥିବା କହିଛନ୍ତି । ଜଳ ସଂରକ୍ଷଣ ନେଇ ମହିଳାଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୋଦୀ । ଏହାଛଡ଼ା ବନ୍ୟଜନ୍ତୁ ସଂରକ୍ଷଣରେ ଏଆଇ ଟେକନୋଲୋଜିର ବ୍ୟବହାର ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ଜଣାଇଛନ୍ତି । ବ୍ୟାଘ୍ର ସଂରକ୍ଷଣରେ ଏଆଇର ଗୁରୁତ୍ୱ ସମ୍ପର୍କରେ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ମୋଦୀ ।