କନକ ବ୍ୟୁରୋ: କରୋନା କାଳରେ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଣ କରିଆସିଛି ଭାରତ । ଏହି କ୍ରମରେ କାନାଡ଼ାକୁ ମଧ୍ୟ ଭାରତ ପଠାଇଥିଲା କରୋନା ଟିକା । ଏବେ ଏହାକୁ ନେଇ କାନାଡାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । କାନାଡାର ବିଭିନ୍ନ ସ୍ଥାନରେ ଲାଗିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଆଉ ପୋଷ୍ଟରରେ ଧନ୍ୟବାଦ ଦିଆଯାଇଛି । ଭାରତ-କାନାଡାର ବନ୍ଦୁତା ଏମିତି ଜାରି ରହିଥାଉ । କାନାଡାର ଅନ୍ୟତମ ସହର ଟରଂଟୋର ବିଭିନ୍ନ ଜାଗାରେ ଏପରି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।
ଚାଷୀ ଆନ୍ଦୋଳନକୁ ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରେଡିୟୁଙ୍କ ମନ୍ତବ୍ୟ ପରେ ଭାରତ ଓ କାନାଡ଼ା ସମ୍ପର୍କ ଖରାପ ଆଡ଼କୁ ଗତି କରିଥିଲା । ହେଲେ ଏସବୁକୁ ଭୁଲି କାନାଡ଼ାକୁ କରୋନା ଟିକା ଯୋଗାଇଥିଲା ଭାରତ । ଏବେ କରୋନା ମୁକାବିଲାରେ ଭାରତ ଠାରୁ ସହାୟତା ପାଇବା ପରେ ପରେ, ଏହାକୁ ନେଇ ଭାରତକୁ ଏବଂ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛି କାନାଡା । ଭାରତ ନିକଟରେ କାନାଡା ସହିତ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ବ୍ରାଜିଲ ଓ ଅନ୍ୟ ଦେଶମାନଙ୍କୁ କରୋନା ଟିକା ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/canada-pm-modi-poster-1615441361.jpg)