‘ପରୀକ୍ଷା ପେ’ ଚର୍ଚ୍ଚା’ ପିଏମ ମୋଦୀ କହିଲେ – ‘ରିଲ୍ସ  ଦେଖିବାରେ ସମୟ ନଷ୍ଟ କର ନାହିଁ । ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ମଧ୍ୟ ଜରୁରୀ ‘‘

68

‘ପରୀକ୍ଷା ପେ’ ଚର୍ଚ୍ଚା’ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କୁ ରିଲ୍ସ ଦେଖିବାରେ ସମୟ ନଷ୍ଟ ନକରିବାକୁ କହିଛନ୍ତି ।  ସେ ପିଲାମାନଙ୍କୁ ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ନେବାକୁ କହିଥିଲେ ।  ଆଜି ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷା ବିଷୟରେ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀ, ଆଇଟିପିଓ, ଭାରତ ମଣ୍ଡପମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

‘ପରୀକ୍ଷା ପେ’ ଚର୍ଚ୍ଚା’ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାମାନଙ୍କୁ ଅନେକ କୌଶଳ ଶିଖାଇଥିଲେ। ସେ ପିଲାମାନଙ୍କୁ ଅନେକ କଥା କହିଥିଲେ । ଏହି ସମୟରେ ସେ ପିଲାମାନଙ୍କୁ ରିଲ୍ସ ଦେଖିବାରେ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ଯେ ପିଲାମାନେ ରିଲ୍ସ ଦେଖିବାରେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ସେମାନେ ସେମାନଙ୍କର ପାଠପଢାରେ ଧ୍ୟାନ ଦେବା ଉଚିତ୍ ।  ଏହି ବୟସରେ ଖାଦ୍ୟ ଏବଂ ଶୋଇବାରେ  ସନ୍ତୁଳନ ରଖିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ପିଲାମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ମଧ୍ୟ ଉଚିତ୍ ଏବଂ କେବଳ ମୋବାଇଲ୍ ଫୋନ୍ ଦେଖିବା ଉଚିତ୍ ନୁହେଁ । ମୋବାଇଲ୍ ଫୋନ୍ ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନେକ କଥା କହିଛନ୍ତି ।

ମୋଦୀ କହିଛନ୍ତି ଯେ ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ଦେଖିଥାନ୍ତି । ପିଲାମାନଙ୍କୁ ମୋବାଇଲ୍ ଦେଖିବାର ଏକ ନିର୍ଦ୍ଧିଷ୍ଟ ସମୟ ସ୍ଥିର କରିବାକୁ ସେ କହିଛନ୍ତି ।  ସବୁବେଳେ ମୋବାଇଲକୁ ଦେଖ ନାହିଁ ଏବଂ ଯଦି ଦେଖିବା ଆବଶ୍ୟକ ହୁଏ ତେବେ ପରିବାର ଲୋକଙ୍କୁ କୁହ । ପାଠ ବିଷୟରେ ମୋବାଇଲରେ ଖୋଜ । ମୋବାଇଲ ଦେଖିବା ସମୟ ସ୍ଥିର କର । ନଚେତ୍ ଆପଣଙ୍କ ପରିବାର ସଦସ୍ୟ ଭାବିବେ ଯେ ଆପଣ ସାଙ୍ଗମାନଙ୍କ ସହିତ ବ୍ୟସ୍ତ ଅଛନ୍ତି କିମ୍ବା ରିଲ୍ ଦେଖୁଛନ୍ତି ବୋଲି । ଏହାଦ୍ବାରା ସେମାନେ ଅସନ୍ତୁଷ୍ଟ ହେବେ ।

ସେ କହିଛନ୍ତି ଯେ ଏହା ଯେପରି ମୋବାଇଲ୍ ରିଚାର୍ଜ କରିବାକୁ ପଡିଥାଏ ସେହିଭଳି, ଏହି ଶରୀରକୁ ମଧ୍ୟ ରିଚାର୍ଜ କରାଯିବା ଉଚିତ୍ ।  ଏହା ହେଉଛି ଶରୀରର ଆବଶ୍ୟକତା ।  ସେ ପିଲାମାନଙ୍କୁ କହିଥିଲେ ଯେ ଯଦି ସେମାନଙ୍କୁ ପାଠ ପଢିବାକୁ ପଡ଼େ ତା ନୁହେଁ ଯେ ତୁମେ ଦିନସାରା ଖାଲି ପାଠ ପଢିବ । ଏମିତି ହେବା ଠିକ ନୁହେଁ ।  ଯଦି ତୁମକୁ ଖେଳିବାର ଅଛି ତା ଅର୍ଥ ନୁହେଁ ଯେ ତୁମେ ଦିନସାରା ଖେଳିବ ।  ଏହାମଧ୍ୟ ଠିକ ନୁହେଁ  ଜୀବନରେ ସନ୍ତୁଳନ ରଖିବା ଜରୁରୀ, ତେଣୁ ଏକ ସୁସ୍ଥ ଶରୀର ଏବଂ ସୁସ୍ଥ ମନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବେଳେବେଳେ ବାହାରେ ବସି ସୂର୍ଯ୍ୟ କିରଣରେ ମଧ୍ୟ ପଢନ୍ତୁ । ସୂର୍ଯ୍ୟକିରଣ ମଧ୍ୟ ଆମକୁ ରିଚାର୍ଜ କରିଥାଏ ।

ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆବେଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶିକ୍ଷକମାନଙ୍କୁ ଅନେକ ଆବେଦନ କରିଥିଲେ। ସେ କହିଛନ୍ତି ଯେ ଶିକ୍ଷକମାନେ ବୁଝିବା ଉଚିତ ଯେ ପିଲାମାନଙ୍କ ସହ ସେମାନଙ୍କର ସମ୍ପର୍କ କେବଳ ସିଲାବସ୍ କିମ୍ବା ବିଷୟ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ସେମାନେ ପିଲାମାନଙ୍କ ସହିତ ଏପରି ସମ୍ପର୍କ ଗଢିବା ଉଚିତ୍ ଯେ ସେମାନେ ସେମାନଙ୍କର ବିଶ୍ୱାସ ହାସଲ କରିପାରିବେ । ଯାହାଫଳରେ ପିଲାମାନେ ସେମାନଙ୍କୁ ସବୁକିଛି କହିପାରିବେ ।  ସେ କହିଛନ୍ତି ଯେ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ଘରକୁ ଯିବା ଉଚିତ, ଯାହା ଦ୍ଵାରା ସେମାନେ ପିଲାଙ୍କ  ପରିବାର ସହିତ ମିଶି ପାରିବେ ଏବଂ ପିଲାର ଭଲମନ୍ଦ ବିଷୟରେ ପରିବାରଠୁ ଜାଣିପାରିବେ । ଏହା ବ୍ୟତୀତ ଶିକ୍ଷକମାନେ ଶ୍ରେଣୀର ଦୁର୍ବଳ ପିଲାମାନଙ୍କୁ ସେତିକି ଧ୍ୟାନ ଦେବ ଉଚିତ ଯେତିକି ସେମାନେ ସ୍ମାର୍ଟ ପିଲାମାନଙ୍କୁ ଧ୍ୟାନ ଦିଅନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷକମାନଙ୍କୁ କହିଛନ୍ତି ଯେ ଜଣେ ଶିକ୍ଷକଙ୍କ କାମ କେବଳ ଚାକିରି କରିବା କିମ୍ବା ଚାକିରି ବଦଳାଇବା ନୁହେଁ । ତାଙ୍କର କାମ ହେଉଛି ଜୀବନକୁ ତିଆରି କରିବା ଏବଂ ଏହାକୁ ଶକ୍ତି ଦେବା । ଏହିପରି ଭାବରେ  ଶିକ୍ଷକମାନେ ପରିବର୍ତ୍ତନ ଆଣିପାରିବେ ।