ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ । ୨୬ ବର୍ଷ ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାନ୍ଧୁଛନ୍ତି ରାକ୍ଷୀ । ଜାଣନ୍ତୁ କିଏ ଏହି ମୋଦୀଙ୍କ ପାକିସ୍ତାନୀ ଭଉଣୀ ?

737

କନକ ବ୍ୟୁରୋ: ଆଜି ହେଉଛି ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଆଜି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ  ଆଉ ଏହା ବଦଳରେ ଭାଇ ସାରା ଜୀବନ ଭଉଣୀର ରକ୍ଷା କବଚ ସାଜିବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ତେବେ ଆଜି ଆମେ ସେମିତି ଜଣେ ସ୍ୱତନ୍ତ୍ର ଭାଇ ଓ ଉଭଣୀଙ୍କ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ  ଆଶ୍ଚର୍ଯ୍ୟ ହେବେ । ଏହି ସ୍ୱତନ୍ତ୍ର ଭାଇ ଜଣକ ଆଉ କେହି ନୁହନ୍ତି , ସେ ହେଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୋଦୀଙ୍କ ପାକିସ୍ତାନୀ ଭଉଣୀ କମର ଜାହାଁ । ଗତ ୨୬ ବର୍ଷ ହୋଇଯିବ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣମୀ ସେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଥାନ୍ତି ଆଉ ତାଙ୍କଠୁ ଆଶୀର୍ବାଦ ନେଇଥାନ୍ତି । ଭଉଣୀ କମର ଜାହାଁଙ୍କ ସହ ପ୍ରଧାନମନ୍ତ୍ରୀ ସମ୍ପର୍କ ୨୬ ବର୍ଷର । ଯେତେବେଳେ ମୋଦୀ କେବଳ ବିଜେପିର ଜେନେରାଲ ସେକ୍ରେଟେରୀ ଥିଲେ ଆଉ ଏହି ସମ୍ପର୍କ ଏବେ ପ୍ରଧାନମନ୍ତ୍ରୀ ହେବା ଯାଏଁ ମଧ୍ୟ ଅତୁଟ ରହିଛି । ପ୍ରତ୍ୟେକ ବର୍ଷ ମୋଦୀଙ୍କ ପାଖକୁ ଯାଇ ରାକ୍ଷୀ ବାନ୍ଧିଥାନ୍ତି କମର ଜାହାଁ । ହେଲେ ଗତ ବର୍ଷ କରୋନା କଟକଣା ପାଇଁ ସେ ମୋଦୀଙ୍କ ପାଖକୁ ଯାଇପାରିନଥିଲେ ।

କମର ଜାହାଁଙ୍କ ଘର ଗୁଜୁରାଟର ଅହମ୍ମଦାବାଦ ସହରରେ । ହେଲେ ତାଙ୍କୁ କାହିିଁକି ପାକିସ୍ତାନ ଭଉଣୀ ବୋଲି କୁହାଯାଉଛି । ଏହା ପଛରେ ରହିଛି ଏକ ଇତିହାସ । କମର ଜାହାଁଙ୍କ ଜନ୍ମ ପାକିସ୍ତାନ କରାଚୀରେ ହୋଇଥିଲା । ସେ ଭାରତର ଜଣେ ପେଣ୍ଟର ମୋହସିନ ଶେଖଙ୍କୁ ବିବାହ କରିଥିଲେ । ଆଉ ସେବେଠୁ ଭାରତରେ ହିଁ ରହୁଛନ୍ତି କମର ଜାହାଁ । ପ୍ରଧାନମନ୍ତ୍ରୀ ମୋଦୀ ମୋହସିନ ଶେଖଙ୍କ ଜଣେ ଘନିଷ୍ଠ ବନ୍ଧୁ । ପ୍ରଥମ ଥର ଦିଲ୍ଲୀରେ କମର ଜାହାଁ ମୋଦୀଙ୍କୁ ଭେଟିଥିଲେ । ସେ ଯେତେବେଳେ ଜାଣିବାକୁ ପାଇଥିଲେ କମର ଜାହାଁ ପାକିସ୍ତାନର ସେ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ଆଉ ସେବେଠୁ ଏହି ସମ୍ପର୍କ ଭାଇ-ଭଉଣୀଙ୍କ ସମ୍ପର୍କରେ ପରିଣତ ହୋଇଥିଲା । ଗତ ବର୍ଷ କରୋନା କଟକଣା ପାଇଁ ରାକ୍ଷୀ ବାନ୍ଧି ପାରିନଥିଲେ । ହେଲେ ପୋଷ୍ଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ରାକ୍ଷୀ ପଠାଇଥିଲେ ତାଙ୍କ ପାକିସ୍ତାନୀ ଭଉଣୀ ।