କନକ ବ୍ୟୁରୋ : ସନାତନ ଧର୍ମର ଧ୍ୱଂସ ପାଇଁ ଗଠନ ହୋଇଛି ଇଣ୍ଡିଆ ମେଂଟ । ପରସ୍ପର ସହ ହାତ ମିଳାଇଛନ୍ତି ଅଂହକାରୀ ସହଯୋଗୀ ଦଳ । ଏଭଳି କିଛି କଥା କହି ମଂଚ ଉପରୁ ବିରୋଧୀ ମେଂଟକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାରା ବିଶ୍ୱ ଯେଉଁଠି ଭାରତର ସାମର୍ଥ୍ୟ ଦେଖୁଛି ସେଠାରେ ସମାଜକୁ ବିଭାଜନ କରିବାକୁ ବିରୋଧୀ ହିନ ଚେଷ୍ଟା କରୁଛନ୍ତି । ଏହାର ନାଁ ଇଣ୍ଡିଆ ମେଂଟ ନୁହେଁ ଅହଂକାରୀ ମେଂଟ ବୋଲି ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶ ଜନସଭାରେ କହିଛନ୍ତି ।

Advertisment

କେବଳ ସେତିକି ନୁହେଁ ବିରୋଧୀଙ୍କ ମେଂଟ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ମେଂଟରେ ମନ ମିଶୁନି, ବିଚାର ମିଶୁନି ସେ ମେଣ୍ଟ କିଭଳି ଦେଶ ହିତ ପାଇଁ କାମ କରିବ । ମେଂଟର ନେତୃତ୍ୱ କିଏ ନେବ ସେକଥା ସ୍ଥିର ହୋଇପାରୁନି, ନିଷ୍ପତି ନେବାକୁ ମନ ମିଶୁନି ।ଏଭଳି ମେଂଟ କେବଳ ନିଜସ୍ୱ ସ୍ୱାର୍ଥ ପାଇଁ ନା ଦେଶ ହିତ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁରୁବାର ଦିନିକିଆ ମଧ୍ୟପ୍ରଦେଶ ଗସ୍ତ କରି ରାଜ୍ୟକୁ ୬୦ହଜାର କୋଟିର ଉପହାର ଦେଇଛନ୍ତି ମୋଦୀ ସରକାର । ଏଠାରେ ବିଜେପି ସରକାରଙ୍କ ଉପଲବ୍ଧି ବଖାଣିବା ସହ ପୂର୍ବ ସରକାର କଂଗ୍ରେସକୁ ସମାଲୋଚନା ମଧ୍ୟ କରିଛନ୍ତି ।

ମଧ୍ୟପ୍ରଦେଶରେ ଚଳିତବର୍ଷ ଶେଷ ସୁଦ୍ଧା ହେବ ବିଧାନସଭା ନିର୍ବାଚନ । ତେଣୁ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଭିନ୍ନ ଦଳ ଲାଗିପଡିଛନ୍ତିି । ଦଳମାନେ ମଇଦାନକୁ ନିଜର ହେଭିୱେଟ ନେତା ମନ୍ତ୍ରୀଙ୍କୁ ଓହ୍ଲାଇ ଭୋଟ ରାଜନୀତି ଆରମ୍ଭ କରିସାରିଛନ୍ତି । ଗତ ୧୧ମାସରେ ମୋଦୀ ୮ଥର ପାଇଁ ମଧ୍ୟପ୍ରଦେଶ ଗସ୍ତ କରି ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ସହ ଜନତାଙ୍କୁ ଭଳିକି ଭଳି ପ୍ରତିଶ୍ରୁତି ଦେଉଛନ୍ତି