କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଅବସରରେ ଓଡିଶାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସବୁଠାରୁ ଅଧିକ ଗରିବ ଓଡିଶାରେ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ଗତ ପଂଚାୟତ ନିର୍ବାଚନରେ ଓଡିଶାବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ସମର୍ଥନ ଦେଇଛନ୍ତି । ଅଶିକ୍ଷା, ବେରୋଜଗାରୀ, ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠିଲେ ଓଡିଶାର ନାଁ ପ୍ରଥମେ ଆସେ ।
ଓଡିଶାରେ ବିଜେପିକୁ ପତାକା ରଖିବାକୁ ମଧ୍ୟ ସ୍ଥାନ ମିଳୁ ନଥିଲା । କିନ୍ତୁ ଓଡିଶା ଭଳି ଗରିବ ରାଜ୍ୟରେ ପଂଚାୟତ ନିର୍ବାଚନରେ ବିଜେପିକୁ ଏତେ ସମର୍ଥନ ମିଳିଛି ଯେ ସାରା ଦେଶରେ ଚର୍ଚ୍ଚା ପାଲଟିଛି । ତେଣୁ ଭବିଷ୍ୟତରେ ଆଉ କୌଣସି ଦଳର ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-24-16h16m48s070.png)