କ୍ରିପ୍ଟୋକରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, “ରାଷ୍ଟ୍ରମାନେ ସୁନିଶ୍ଚିତ ହେବା ସହ ମନ୍ଦ ଉର୍ଦ୍ଦେଶ୍ୟରେ ନହେଉ ବ୍ୟବହାର”

Advertisment
କ୍ରିପ୍ଟୋକରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, “ରାଷ୍ଟ୍ରମାନେ ସୁନିଶ୍ଚିତ ହେବା ସହ ମନ୍ଦ ଉର୍ଦ୍ଦେଶ୍ୟରେ ନହେଉ ବ୍ୟବହାର”

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ କ୍ରିପ୍ଟୋକରେନ୍ସି ବା ଅଦୃଶ୍ୟ ମୁଦ୍ରାର କାରବାର ବୃଦ୍ଧି ପାଇଛି । ଏହାକୁ ନେଇ ଅନେକ ସମୟରେ ବି ବିବାଦ ଦେଖାଦେଇଛି  । ଏ ମୁଦ୍ରା କିଭଳି ଏହାର କାରବାର କିଭଳି କରାଯାଏ ତାହା ଏବେ ବି ବିଶ୍ୱର ୯୦ ପ୍ରତିଶତ ଲୋକଙ୍କ ଜ୍ଞାତସାରର ବାହାରେ । ହେଲେ ଏନେଇ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି କି କ୍ରିପ୍ଟୋକରେନ୍ସି ବା ଅଦୃଶ୍ୟ ମୁଦ୍ରା ଯେଳଭି ମନ୍ଦ ଲୋକଙ୍କ ପାଖକୁ ନଯାଏ ସେନେଇ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାମ କରିବା ଉଚିତ୍ ।

ଭାରତର ପ୍ରଯୁକ୍ତି ବିଦ୍ୟା : ବିବର୍ତ୍ତନ ଓ ବିପ୍ଳବ ବିଷୟରେ ‘ସିଡନୀ ଆଲୋଚନା’ ରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, କ୍ରିପ୍ଟୋକରେନ୍ସି ଉପରେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ଏକତ୍ର ହୋଇ କାର୍ଯ୍ୟ କରିବା ସହ ତାହା ଯେପରି ମନ୍ଦ ଲୋକଙ୍କ ପାଖକୁ ନଯାଏ ତାହା ଉପରେ ସଚେତନ ରହିବାର ଆବଶ୍ୟକତା ରହିଛି । ଯଦି ଏହା ମନ୍ଦ ଲୋକଙ୍କ ପାଖକୁ ଚାଲିଯାଏ ତେବେ ବିଶ୍ୱର ଯୁବବର୍ଗଙ୍କୁ ନଷ୍ଟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ   ।
କହିରଖୁ କି ଭାରତରେ କିଭଳି କ୍ରିପ୍ଟୋକରେନ୍ସି କାରବାର ହୋଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ହେବାର ଅଳ୍ପ କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ଭାରତରେ ଏହି କ୍ରିପ୍ଟୋକରେନ୍ସି ଅନିୟନ୍ତ୍ରିତ ବଜାରରେ ଆର୍ଥିକ ଦୁର୍ନୀତି ଓ ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣର ଉତ୍ସ ପାଲଟିଯିବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ବିଦେଶରେ ହେଉଥିବା କ୍ରିପ୍ଟୋକରେନ୍ସି ବିନିଯୋଗ ଉପରେ ନିୟନ୍ତ୍ରଣ ବ୍ୟବସ୍ଥାକୁ ସଦୃଢ କରିବାକୁ ସରକାର ବିଚାର କରୁଥିବା କଥା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe