କନକ ବ୍ୟୁରୋ: ସମ୍ବିଧାନ ଦିବସରେ ସଂସଦରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆଜିର ଦିନ ଐତିହାସିକ ଦିନ ଅଟେ । ଆମ ସମ୍ବିଧାନ ଦୁନିଆର ସବୁଠୁ ନିରପେକ୍ଷ । ସମ୍ବିଧାନ ଆମ ପାଇଁ ପବିତ୍ରତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ଅତୁଟ ସଂପର୍କ ରହିଛି । ସମ୍ବିଧାନ ଆମ ପାଇଁ ସବୁଠୁ ବଡ଼ ଓ ପବିତ୍ର ଗ୍ରନ୍ଥ ଅଟେ । ୭୦ ବର୍ଷ ପୂର୍ବେ ଆଜି ଦିନରେ ସମ୍ବିଧାନ ପ୍ରତିଷ୍ଠା ହୋଇଥିଲା ବୋଲି ଉଦବୋଧନ ଦେଇଛନ୍ତି ମୋଦି ।
ସେ ଆହୁରି ମଧ୍ୟ କହିଛନ୍ତି ,‘ ଅତୀତରୁ ଆମକୁ ଶିକ୍ଷା ନେବା ଉଚିତ, ସ୍ବାଧୀନତା ପରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହୋଇଛି, ସମ୍ବିଧାନ ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିଛି।’ ଠିକ୍ ସେହିପରି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଭବନରେ ଆୟୋଜିତ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ସେ ଏହି ଅବସରରେ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MODI-3.jpg)