କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂକୁ ସାରା ଦେଶର ୧୪୦ କୋଟି ଲୋକ ନଜର ରଖିଥିଲେ । ହେଲେ ଏବେ ସମସ୍ତଙ୍କ ଆଶା ପୁରଣ ହୋଇଛି । ଭାରତ ତାର ଚନ୍ଦ୍ର ଅଭିଯାନକୁ ସଫଳ କରିଛି । ସେପଟେ ଭାରତ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଇତିହାସ ରଚିଛି । ଏହି କ୍ରମରେ ଦକ୍ଷିଣ ଅଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଫ୍ଟ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ସହ ଯୋଡି ହୋଇଥିଲେ । ସେପଟେ ଚନ୍ଦ୍ରଯାନ-୩ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିରଙ୍ଗା ଉଡାଇଥିଲେ । ଏହାସହ ମୋଦୀ ତାଙ୍କର ପ୍ରଥମ ବୟାନରେ ଏହା ଦେଶପାଇଁ ଗର୍ବର ମୁହୁତ୍ୱର୍ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି କି, ଜୀବନ ଧନ୍ୟ ହୋଇଗଲା । ଏହି ସମୟ ବିଜୟର ପଥରେ ଚାଲିବାର ସମୟ । ଚନ୍ଦ୍ରଯାନ ସଫଳ ହେବା ପରେ ୧୪୦ କୋଟି ଲୋକ ଉତ୍ସବ ପାଳନ କରୁଛନ୍ତି । ମୁଁ ଚନ୍ଦ୍ରଯାନ-୩ର ଟିମକୁ ଓ ଦେଶର ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।