ଗରିବଙ୍କ ବଜେଟ, ଯୁବକଙ୍କ ବଜେଟ: ନୂଆ ଭାରତ ଗଠନରେ ବଡ ଭୂମିକା ନେବ କହିଲେ ପ୍ରଧାନମନ୍ତ୍ରୀ

348

କନକ ବ୍ୟୁରୋ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ପରେ ପତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟ୍ ଏକ ସ୍ୱପ୍ନର ବଜେଟ ବୋଲି କହିଲେ ମୋଦି । ନୂଆ ଭାରତ ପାଇଁ ଏହା ସ୍ୱପ୍ନର ବଜେଟ । ଆଶା, ବିଶ୍ୱାସ ଓ ଆକାଂକ୍ଷାର ବଜେଟ୍ । ଯାହା ମଧ୍ୟମ ବର୍ଗଙ୍କ ପ୍ରଗତିରେ ସହାୟ ହେବ ।

ତେବେ ଦେଶ ବିକାଶରେ ଏହି ବଜେଟ ବେଶ ଗୁରୁତ୍ୱ ଭୂମିକା ବହନ କରିବ । ଟିକସ ବ୍ୟବସ୍ଥା ସରଳ ହେବ । ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବଢାଇବ । ବଜେଟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବ । ସର୍ବୋପରି ନୂଆ ଭାରତ ଗଠନରେ ଏହି ବଜେଟ ବଡ ସହାୟ ହୋବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଉପସ୍ଥାପିତ ହୋଇଥିବା ବଜେଟକୁ ପ୍ରଶଂସା କରିବାକୁ ଯାଇ ଏହାକୁ ‘ଗ୍ରୀନ୍ ବଜେଟ୍’ ବୋଲି କହିଛନ୍ତି ମୋଦି । ଏହା ଗରିବଙ୍କ ବଜେଟ, ଯୁବକଙ୍କ ବଜେଟ ଓ ଦେଶକୁ ସମୃଦ୍ଧି କଲାଭଳି ବଜେଟ କୁହା ଯାଇପାରେ ବୋଲି ମୋଦି କହିଛନ୍ତି ।