କେଦାରନାଥରେ ପହଞ୍ଚି ବାବାଙ୍କ ରୁଦ୍ରାଭିଷେକ କଲେ ପ୍ରଧାନମନ୍ତ୍ରୀ । ବିଶ୍ୱ ଶାନ୍ତି ପାଇଁ କଲେ ପ୍ରାର୍ଥନା । ଆଦି ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ ମୂର୍ତ୍ତିର ଉନ୍ମୋଚନ ।

90

କନକ ବ୍ୟୁରୋ: କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀ । ଶୀତ ଆସିବା ଆଗରୁ ପ୍ରତ୍ୟେକ ବର୍ଷ ୬ ମାସ ପାଇଁ ବନ୍ଦ ହୋଇଥାଏ ବାବା କେଦାରନାଥଙ୍କ ମନ୍ଦିର କବାଟ । ପାହାଡ ଉପରୁ ତଳକୁ ଆସିଥାଏ ବାବାଙ୍କ ମୁଖ୍ୟ ଶକ୍ତି , ଏହାକୁ ପୂଜା କରାଯାଇଥାଏ । ତେଣୁ ଶନିବାର ମନ୍ଦିର କବାଟ ବନ୍ଦ ହେବା ଆଗରୁ ପ୍ରତିବର୍ଷ ପରି ଏଥର ବି ପହଁଚିଥିଲେ ପ୍ରଧାନମନ୍ତ୍ରୀ । ମନ୍ଦିର ଗର୍ଭଗୃହରେ ପ୍ରାୟ ୩ ଘଣ୍ଟା ଧରି ପୂଜା ସହିତ ରୁଦ୍ରାଭିଷେକ କରିଥିଲେ । ଏହି ଅବସରରେ କେଦାରନାଥରେ ୧୩୦ କୋଟିର ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ହେବା ପରେ କେଦାରନାଥ ଧାମକୁ ଏହା ମୋଦୀଙ୍କ ୫ମ ଗସ୍ତ । ଏହି ଗସ୍ତ କାଳରେ ପ୍ରାୟ ୩ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ରହିଥିଲେ ବାବା କେଦାରନାଥଙ୍କ ମନ୍ଦିର ଭିତରେ । ପୂଜାର୍ଚ୍ଚନା କରିଥିଲେ, ରୁଦ୍ରାଭିଷେକ କଲେ, ମହାଆଳତୀ ବି କରିଥିଲେ ମୋଦୀ । ଭଗବାନ ଶିବଙ୍କ ପୂଜା ସରିବା ପରେ ମୋଦୀ ପରିକ୍ରମା କରିଥିଲେ କେଦାରନାଥ ମନ୍ଦିର । ଏହି ଗସ୍ତ କାଳରେ କେଦାରନାଥ ମନ୍ଦିର ଭିତରେ ପ୍ରଧାନମନ୍ତ୍ରୀଙ୍କ ରୁଦ୍ରାଭିଷେକ ପୂଜନ ଥିଲା ସବୁଠାରୁ ବଡ ।

ପ୍ରତ୍ୟେକ ବର୍ଷ କେଦାରନାଥ ମନ୍ଦିର ୬ ମାସ ଖୋଲା, ୬ ମାସ ବନ୍ଦ ରହିଥାଏ । ପ୍ରତ୍ୟେକ ବର୍ଷ ଶୀତ ଆସିଲେ ବରଫପାତ କାରଣରୁ ବାବା କେଦାରନାଥଙ୍କ ମନ୍ଦିର କବାଟ ୬ ମାସ ବନ୍ଦ କରିଦିଆ ଯାଇଥାଏ । ଏହି ସମୟରେ ବାବାଙ୍କୁ ପାହାଡ ଉପରୁ ତଳକୁ ଅଣାଯାଇଥାଏ । ଚଳିତ ବର୍ଷ ଶନିବାର ଠାରୁ ବନ୍ଦ ହେବ ବାବା କେଦାରନାଥଙ୍କ କବାଟ । ଏହା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଧାମ ଗସ୍ତ କରି ବାବାଙ୍କ ଦର୍ଶନ କରିଛନ୍ତି । ଆଗାମୀ ୬ ମାସ ପାଇଁ ବାବା କେଦାରନାଥଙ୍କ ମନ୍ଦିର କବାଟରେ ତାଲା ପଡିଯିବ । ଶୀତ କାଳରେ ପ୍ରବଳ ତୁଷାରପାତ ସମୟରେ ଏପରି ହୋଇଥାଏ । ତେଣୁ ଅନେକ ଶ୍ରଦ୍ଧାଳୁ ମଧ୍ୟ ବାବାଙ୍କ କବାଟ ବନ୍ଦ ହେବା ଆଗରୁ ଦର୍ଶନ କରିବାକୁ ପହଁଚିଥିଲେ । ଦର୍ଶନର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।

ବାବା କେଦାରନାଥ ମନ୍ଦିର ଦର୍ଶନ ସମୟରେ ଆଦି ଶଙ୍କରଙ୍କ ସମାଧୀସ୍ଥଳରେ ତାଙ୍କର ପ୍ରତିମୂର୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ କେଦାରପୁରୀରେ ବିଭିନ୍ନ ଉନ୍ନତିମୂଳକ କାମର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଏହାର ବିକାଶ ନେଇ ବଡ ଯୋଜନା ହାତକୁ ନିଆଯାଇଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

  • ଉତ୍ତରାଖଣ୍ଡ କେଦାରନାଥରୁ ଦେଶର ଚାରିଧାମକୁ ସଂଯୋଗ ହେବ ରାସ୍ତା
  • ହେମକୁଣ୍ଡ ନିକଟରେ ପର୍ଯ୍ୟଟକଙ୍କ ପାଇଁ ହେବ ରୋପ ୱେ
  • ଆଗାମୀ ୧୦ ବର୍ଷରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା
  • ୧୩୦ କୋଟିର ବିକାଶ ପ୍ରକଳ୍ପ ଶିଳାନ୍ୟାସ କଲେ ମୋଦୀ

କେଦାରନାଥ ମନ୍ଦିରରେ ୩ ଘଣ୍ଟା ପୂଜାର୍ଚ୍ଚନା କଲେ ମୋଦୀ । ପୂଜା ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସାଲ୍ ଉପହାର ଆକାରରେ ପ୍ରଦାନ କରିଥିଲେ ମୁଖ୍ୟ ପୂଜକ । ପତ୍ୟେକ ବର୍ଷ ପ୍ରଧାନମନ୍ତ୍ରୀ ବାବା କେଦାରନାଥଙ୍କ ଦର୍ଶନରେ ଆସିଥାନ୍ତି । ୨୦୧୩ରେ କେଦାରନାଥ ଧାମ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିଲା । ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, କେଦାରନାଥ ଗସ୍ତ ପାଇ ଁଅନୁମତି ଚାହିଁଥିଲେ , କିନ୍ତୁ ଅନୁମତି ମିଳିନଥିଲା । ୨୦୧୪ରେ କେନ୍ଦ୍ରରେ ଏନଡିଏ କ୍ଷମତାକୁ ଆସିବା ପରଠାରୁ ପ୍ରତ୍ୟକ ବର୍ଷ ମୋଦୀ, ବାବା କେଦାରନାଥଙ୍କ ଦର୍ଶନରେ ଆସୁଛନ୍ତି । ଚଳିତବର୍ଷ ମୋଦୀଙ୍କ ଏହି ଗସ୍ତ ପଞ୍ଚମ ଥର । ମୋଦୀଙ୍କ ଏହି ଗସ୍ତକୁ ଦେଶର ୮୭ଟି ଶିବ ମନ୍ଦିରରେ ଏଲଇଡି ଜରିଆରେ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯାଇଥିଲା ।