ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଜାଇବେ ନିର୍ବାଚନୀ ବିଗୁଲ୍ । ଜାଣନ୍ତୁ ମୋଦୀଙ୍କ ଗସ୍ତର ପୁରା କାର୍ଯ୍ୟ ସୂଚୀ ।

110

କନକ ବ୍ୟୁରୋ: ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ନବନିର୍ମିତ ଆଇଆଇଏମର ନୂଆ କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିବେ ମୋଦୀ । ଯେଉଁଥିରେ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇ ଟିକିଆ ପୋଲର ଉଦ୍ଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣର ବି କାର୍ଯ୍ୟକ୍ରମ ରହିଛି ।

ଏହା ପରେ ରେମେଡରେ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦୀ । ଏହି ସମାବେଶର ନାଁ ରହିଛି ‘ବିଶାଳ ଗ୍ୟାରେଂଟି ସମାବେଶ’ । ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ । ଏହି ସମାବେଶରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ବେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ୭ ଜଣ କମାଣ୍ଡାଂଟଙ୍କ ସହ ପ୍ରାୟ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଉତରାଂଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୪ଟି ଜିଲ୍ଲରା ଏସପି ଓ ଦୁଇଜଣ ଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।
ସମ୍ବଲପୁର ଆସୁଛନ୍ତି ମୋଦୀ
– ଅପରାହ୍ନ ୧ଟା ୪୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ
– ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ସମ୍ବଲପୁର ଯିବେ
– ଅପରାହ୍ନ ୨ଟା ୧୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଂଚିବେ
– ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପିତ କରିବେ
– ୨୦୦ ଏକର ଜମିରେ ପ୍ରାୟ ୪୦୨ କୋଟି ବ୍ୟୟରେ ହୋଇଛି ନିର୍ମାଣ
– ରିମୁଳି-କୋଇଡା ସେକ୍ସନର ୪ ଲେନ୍ ରାସ୍ତାର ଉଦ୍ଘାଟନ କରିବେ
– ବୀରମୁତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ସେକ୍ସନର ୪ ଲେନ୍ ରାସ୍ତାର ଉଦ୍ଘାଟନ
– ୨୩ ନମ୍ବର ଏନ୍ଏଚରେ ବ୍ରାହ୍ମଣୀ ବାଇପାସ୍ ଏଣ୍ଡ- ରାଜମୁଣ୍ଡା ସେକ୍ସନର ୪ ଲେନ୍ର ଉଦ୍ଘାଟନ
– ଏନ୍ଟିପିସି ଦର୍ଲିପାଲି ସୁପର ପାୱାର ଷ୍ଟେସନ୍ର ଲୋକାର୍ପଣ କରିବେ
– ଏନ୍ଏସ୍ପିସିଏଲ୍ ରାଉରକେଲା ପିପି-୨ ବିସ୍ତାର ପ୍ରକଳ୍ପର ଲୋକାର୍ପଣ
– ଝାରସୁଗୁଡ଼ା-ବରପାଲି- ସରଡେଗା ରେଳ ଲାଇନ୍ ଦୋହରୀକରଣର ଲୋକାର୍ପଣ
– ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣର ଲୋକାର୍ପଣ
– ଖୋର୍ଦ୍ଧାରୋଡ୍- ବଲାଙ୍ଗିର ନୂଆ ରେଳ ଲାଇନ୍ର ଲୋକାର୍ପଣ ହେବ
– ଝାରତରଭା-ସୋନପୁର ରେଳଖଣ୍ଡର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
– ଝାରସୁଗୁଡ଼ାରେ ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନର ଲୋକାର୍ପଣ ହେବ