କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ନିଜର ବୟାନ ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ବିରୋଧୀଦଳ ଫିଲ୍ଡିଂ କରୁଛନ୍ତି ହେଲେ ଛକା ଓ ଚୌକା ଏନଡିଏ ମାରୁଛି । ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଉପରେ ନୋ ବଲ ନୋ ବଲ କରୁଛନ୍ତି, ହେଲେ ସରକାରଙ୍କ ତରଫରୁ ଶତକ ମରା ଚାଲିଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ପ୍ରସ୍ତୁତ ହୋଇ ସଂସଦକୁ ଆସିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ସମାନ କଥା ମୁଁ ୨୦୧୮ ରେ କହିଥିଲି ହେଲେ ୫ବର୍ଷ ବିତି ଯାଇଥିଲେ ବି ବିରୋଧୀ ସଂସଦକୁ ପ୍ରସ୍ତୁତ ହୋଇ ଆସିପାରିଲେ ନାହିଁ ।

Advertisment

ସେପଟେ ଇଣ୍ଡିଆ ମେଣ୍ଟକୁ ନେଇ ମୋଦୀ କହିଛନ୍ତି ଯେ, ବିରୋଧୀ ମେଣ୍ଟର କିଛି ଦଳର ଆଚରଣ ଏହା ପ୍ରମାଣ କରିଛି କି ସେମାନଙ୍କ ପାଇଁ ଦେଶ ନୁହେଁ ବରଂ ଦଳ ବଡ । ସେହି ଦଳଗୁଡିକୁ ଗରିବର ଭୋକ ନୁହେଁ ବରଂ କ୍ଷମତାର ଭୋକ ଚିନ୍ତାରେ ପକାଇଛି । ସେମାନଙ୍କୁ ଦେଶର ଯୁବକଙ୍କ ଭବିଷ୍ୟତ ନୁହେଁ ବରଂ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତା ଘାରିଛି ।