ମେ ୧୬ରେ ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ । ବୁଦ୍ଧ ଜୟନ୍ତୀରେ ଲୁମ୍ବିନୀ ଯିବେ ମୋଦି ।

69

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୬ରେ ନେପାଳ ଗସ୍ତରେ ଯିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ସେ ପଡୋଶୀ ଦେଶ ନେପାଳ ଗସ୍ତ କରିବେ । ଏହି ଗସ୍ତ ବେଳେ ସେ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଉୱାଙ୍କୁ ସାକ୍ଷାତ କରିବେ । ୨୦୧୪ ପରେ ଏହା ମୋଦିଙ୍କର ପଞ୍ଚମ ନେପାଳ ଗସ୍ତ । ଲୁମ୍ବିନୀର ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା  କରିବା ସହ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟର ଫର ବୁଦ୍ଧ କଲ୍ଚର ଆଣ୍ଡ ହ୍ୟାରିଟେଜର ଶିଳାନ୍ୟାସ ଉତ୍ସବରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ମୋଦି ନେପାଳ ସରକାରଙ୍କ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋଦରେ ସାମିଲ ହୋଇ ସମ୍ବୋଧନ କରିବେ । ଗତମାସରେ ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ମୋଦି ସେଠାକୁ ଯାଉଛନ୍ତି ।

ନେପାଳ ସହ ଭାରତର ସମ୍ପର୍କ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଏହାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବର୍ତ୍ତା ଅନୁଷ୍ଠିତ ହେବ । ଏଥିରେ ବିଜୁଳୀ, ବ୍ୟବସାୟ, ନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ସମ୍ପର୍କିତ ଆଲୋଚନା ହେବ ।