ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ ନେଲେ କୋଭିଡ୍ ଟିକା । ଟୁଇଟ୍ କରି ସୂଚନା ଦେଲେ ନିଜେ ପ୍ରଧାନମନ୍ତ୍ରୀ ।

115

କନକ ବ୍ୟୁରୋ: ଦେଶରେ ଏବେ କରୋନା ଟିକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଟୁଇଟ୍ କରି ମୋଦି ଲେଖିଛନ୍ତି – ସେ ଜଣାଇ ଖୁସି ହେଉଛନ୍ତି ଯେ, ତାଙ୍କ ମା’ ଆଜି କୋଭିଡ୍ ଟିିକାର ପ୍ରଥମ ଡୋଜ୍ ନେଇଛନ୍ତି । ତେଣୁ ତାଙ୍କ ଭଳି ସେ ଅନ୍ୟ ଲୋକଙ୍କୁ ମଧ୍ୟ ତୁରନ୍ତ କୋଭିଡ୍ ଟିକା ନେବାକୁ ଆହ୍ୱାନ କରିଛନ୍ତି । ଏହାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଭ୍ୟାକ୍ସିନ୍ ନେବାକୁ ଆଗଭର ହେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଙ୍କ ବୟସ ପାଖାପାଖି ୧୦୦ ବର୍ଷ ହେବ । ତଥାପି ସେ ଏବେ ବି ଏକୁଟିଆ ଅହମଦାବାଦରେ ରୁହନ୍ତି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଭିତ୍ତିରେ ସେ ଆଜି କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୋଭିଡ୍ ଟିକା ନେଇସାରିଛନ୍ତି ।