କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ସ୍ୱର୍ଗତଃ ଲତା ମଙ୍ଗେସକରଙ୍କ ଭାଇଙ୍କୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱାଧୀନ ମତବ୍ୟକ୍ତ ଉପରେ କହିବାକୁ ଯାଇ କହିଛନ୍ତି କି ଗୋଆର ଜଣେ ଯୁବକଙ୍କ କଥା ମନେପଡିଲେ କଂଗ୍ରେସ କିଭଳି ଭାବେ ସ୍ୱାଧୀନ ମତକୁ ଚାପି ରଖିଥିଲେ ତାହା ସ୍ପଷ୍ଟ ଜଣାପଡୁଛି । ସେ କହିଛନ୍ତି କି ଲତାଜୀଙ୍କ ଦେହାନ୍ତକୁ ନେଇ ସାରା ଦେଶରେ ଶୋକରେ ବୁଡିଛି । ହେଲେ ଲତାଜୀଙ୍କ ପରିବାର ଉପରେ କଂଗ୍ରେସ ଯେଭଳି ଭାବେ ଅତ୍ୟାଚାର କରିଥିଲା ତାହା ଦେଶବାସୀ ଜାଣିବା ଦରକାର । ସେ କହିଥିଲେ କି କଂଗ୍ରେସ ସରକାର ସମୟରେ ଲତାଜୀଙ୍କ ସାନଭାଇ ପି, ହୃଦୟନାଥଙ୍କୁ କଂଗ୍ରେସ ଅଲ ଇଣ୍ଡିଆ ରେଡିଓରୁ ବାହାର କରିଦେଇଥିଲା । ସେ ବୀର ସାବରକରଙ୍କ ଉପରେ ଏକ ଦେଶଭକ୍ତି ଗୀତ ପ୍ରସ୍ତୁତ କରୁଥିବା ଅଭିଯୋଗରେ କଂଗ୍ରେସ ତାଙ୍କୁ ଏଭଳି ଦଣ୍ଡ ଦେଇଥିଲା ।
କେବଳ ସେତିକି ନୁହେଁ କଂଗ୍ରେସ ସରକାରର ଅତ୍ୟାଚାର ତାଲିକା ଲମ୍ବା ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି । ସେ କହିଥିଲେ କି କେବଳ ଲତାଜୀଙ୍କ ଭାଇ ନୁହେଁ ପଣ୍ଡିତ ନେହେରୁଙ୍କୁ ସମାଲୋଚନା କରିଥିବାରୁ ମଜରୁହ ସୁଲତାନପୁରୀଙ୍କୁ ୧ ବର୍ଷ ଜେଲ ଯିବାକୁ ପଡିଥିଲା । ଏହାସହ ସମାନ ଘଟଣା ପାଇଁ ବି ପ୍ରଫେସର ଧର୍ମପାଲଙ୍କୁ ଜେଲ ହୋଇଥିବା କଥା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ କି ଏମିତି ଏକ ସମୟ ଥିଲା ଯେତେବେଳେ ଦେଶର କୌଣସି ଲୋକ ନିର୍ଦ୍ଧିଷ୍ଟ ଗୋଟିଏ ପରିବାର ବାବଦରେ ସମାଲୋଚନା କଲେ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା
ରାଜ୍ୟସଭାରେ ଲତାଜୀଙ୍କ ଭାଇଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, କଂଗ୍ରେସକୁ ନେଇ କହିଲେ ଏଭଳି କଥା
/kanak/media/post_attachments/wp-content/uploads/2022/02/42-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)