କରୋନା ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । ବରିଷ୍ଠ ଅଧିକାରୀ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ ମୋଦିଙ୍କ ବୈଠକ ।

112

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଓ ଟିକାକରଣର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ । ବର୍ତମାନ ଦେଶରେ ଦିନକରେ ଏକ ଲକ୍ଷ ଆଡକୁ ପହଁଚିଗଲାଣି ଦୈନିକ ନୂଆ ସଂକ୍ରମଣ ସଂଖ୍ୟା । ଏସବୁ ଭିତରେ ଦେଶରେ ମହାରାଷ୍ଟ୍ର, ପଂଜାବ, ପଶ୍ଚିମବଙ୍ଗ, ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର କରୋନା ସ୍ଥିତି ସବୁଠାରୁ ଅଧିକ ଚିନ୍ତାଜନକ ରହିଛି ।

ଦେଶରେ ବର୍ତମାନ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ସାଂଘାତିକ ରହିଛି । ଦେଶରେ ଦୈନିକ ଆସୁଥିବା ମୋଟ୍ ସଂକ୍ରମଣର ଅଧାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି କେବଳ ମହାରାଷ୍ଟ୍ରରୁ । ସ୍ଥିତିକୁ ମୁକାବିଲା କରିବାକୁ ମହାରାଷ୍ଟ୍ରରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଗୁଜରାଟର ୪ଟି ଜିଲ୍ଲାରେ ଲାଗୁ ହେଲାଣି ନାଇଟ୍ କର୍ଫ୍ୟୁ । ଛତିଶଗଡର ଅଧିକ ସଂକ୍ରମିତ ଜିଲ୍ଲା ଗୁଡିକରେ ଲାଗୁ ହୋଇଛି ନାଇଟ୍ କରଫ୍ୟୁ । ଅଧିକ ସଂକ୍ରମିତ ଅଂଚଳ ଛତିଶଗଡ ଦୁର୍ଗରେ ୭ ଦିନିଆ ତାଲାବନ୍ଦ ଲାଗୁ ହୋଇଛି ।

ଅନ୍ୟପଟେ ଓଡିଶାର ୧୦ ଜିଲ୍ଲାରେ ଆସନ୍ତାକାଲି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ବଢୁଥିବା କରୋନା ସ୍ଥିତି ଭିତରେ ଦେଶରେ ଜାରି ରହିଛି ଏପ୍ରିଲ ଟିକାକରଣ । ଏସବୁ ଭିତରେ ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରୁଛନ୍ତି ମୋଦି ।