ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭଙ୍ଗ ହେଲା ଲୋକସଭା, ୮ ତାରିଖରେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦୀ

228

କନକ ବ୍ୟୁରୋ : ଦିଲ୍ଲୀରେ ଏନଡିଏ ସରକାର ଗଠନ ପାଇଁ ମନ୍ଥନ ଜୋରଦୋର ହୋଇଛି । ଲଗାତାର ତୃତୀୟ ଥର ଲାଗି ଏନଡିଏକୁ ବହୁମତ ମିଳିଛି । ଏନଡିଏ ୨୯୩ ଆସନରେ ବିଜୟୀ ହୋଇଛି । ବିଜେପି ଏକାକୀ ୨୪୦ ଆସନ ପାଇଛି । ତେବେ ତୃତୀୟ ଥର ଲାଗି ନିଜ ଦମରେ ସରକାର ଗଢିବାକୁ ଅସମର୍ଥ ହୋଇଛି ବିଜେପି । ଇଣ୍ଡି ମେଂଟକୁ ୨୩୪ ସିଟ ଆସନ ମିଳିଥିବା ବେଳେ କଂଗ୍ରେସ ୯୯ ଆସନ ପାଇଛି । ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । କିନ୍ତୁ ଇଣ୍ଡି ମେଂଟ ବି ଏନଡିଏର ସହଯୋଗୀ ଦଳ ସହ ସମ୍ପର୍କରେ ଥିବାରୁ ଖେଳ କିଛି ଅଲଗା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ମୋଦିଙ୍କୁ ସମର୍ଥନ କରିବାକୁ ଜେଡିୟୁ ଓ ତେଲୁଗୁଦେଶମ ସମର୍ଥନ ଦେଇସାରିଛନ୍ତି ।

ମୋଦି ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । କୁହାଯାଉଛି, ଏନଡିଏର ବୈଠକ ପରେ ମୋଦି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଏହା ପରେ ୮ ତାରିଖରେ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ । ନୀତୀଶ କୁମାର. ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ ଓ ଏକନାଥ ସିନେ୍ଧଙ୍କ ଭଳି ନେତା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକାଠି ହୋଇଛନ୍ତି । ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଏନଡିଏ ବୈଠକରେ ସାମିଲ ହୋଇ ସରକାର ଗଠନର ଚିତ୍ରକୁ ଏକପ୍ରକାର ସ୍ପଷ୍ଟ କରିଦେଇଛନ୍ତି ।