ଉଧମପୁର ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଖୁବଶିଘ୍ର ରାଜ୍ୟ ମାନ୍ୟତା ପାଇବ ଜମ୍ମୁକାଶ୍ମୀର, କରାଯିବ ବିଧାନସଭା ନିର୍ବାଚନ

142

କନକ ବ୍ୟୁରୋ : ଖୁବଶୀଘ୍ର ଜମ୍ମୁ କାଶ୍ମୀର ଫେରି ପାଇବ ପୂର୍ଣ୍ଣ ରାଜ୍ୟର ମାନ୍ୟତା, ବିଧାନସଭା ନିର୍ବାଚନରେ ଭାଗନେବେ ଉପତ୍ୟାକାବାସୀ । ଉଧମପୁରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଧାରା ୩୭୦ ଉଛେଦ୍ଦ ପରେ ବିରୋଧୀ ଦଳ ଗୁଡିକ ଏଠାରେ ବିଧାନସଭା ନିର୍ବାଚନ କରାଇବା ନେଇ ଦାବି କରୁ ଆସୁଥିବା ବେଳେ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ ‘କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମୟର ଆଉ ବେଶୀ ଦୂର ନୁହେଁ’ । ‘କାଶ୍ମୀରକୁ ପୁଣିଥରେ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବାକୁ ଯାଉଥିବା ବେଳେ ଭୋଟର ମାନେ ନିଜର ବିଧାୟକ ଓ ମନ୍ତ୍ରୀ ମାନଙ୍କ ସହ ସ୍ୱପ୍ନ ବାଂଟିବାକୁ ସମର୍ଥ’ ହେବେ । ବିକ୍ଷୋଭ, ପଥରମାଡ଼, ଆତଙ୍କବାଦୀଙ୍କ ଭୟ ବିନା ଏଥର ଜମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । କାଶ୍ମୀରର ବିକାଶ ହିଁ ବିଜେପିର ଏକମାତ୍ର ନିର୍ବାଚନୀ ମୁଦ୍ଦା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପରିବାର ବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ ସମେତ ନ୍ୟାସନାଲ କନଫରେନ୍ସ ଏବଂ ପିଡିପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି । ଏହି ୩ଟି ଦଳ କାଶ୍ମୀରକୁ ପୁଣିଥରେ ପୁରୁଣା ଦିନକୁ ଫେରାଇ ନେବାକୁ ସ୍ୱପ୍ନ ଦେଖୁଛନ୍ତି । ଧାରା ୩୭୦ ଉଛେଦ୍ଦ ପରେ କାଶ୍ମୀରରେ ବିକାଶ ଶିଖର ଛୁଇଁଥିବା ବେଳେ ବିରୋଧୀ ବିଚଳିତ ହୋଇ ପଡିଥିବା ମୋଦି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ପରିବାରବାଦ ପ୍ରସଙ୍ଗକୁ ନେଇ ଜବାବ ରଖିଛନ୍ତି ବିରୋଧୀ ।

ଉଦ୍ଧମପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଦଳୀୟ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ କରିବା ସହ ୪୦୦ପାର୍ ର ନାରାକୁ ଦୋହରାଇଛନ୍ତି ପିଏମ ମୋଦି । ଦେଶରେ ମଜବୁତ ସରକାର ଥିଲେ ସବୁ ସମସ୍ୟାର ସହଜ ସମାଧାନ ହୋଇପାରିବ କହିଛନ୍ତି ମୋଦି ।