ମମଲ୍ଲାପୁରମ୍ ବେଳାଭୂମିରେ ଆରମ୍ଭ ହେଲା ମୋଦିଙ୍କ ସଫେଇ ଅଭିଯାନ ! ୩୦ ମିନିଟ୍ ଚାଲିଲା ବେଳାଭୂମି ସଫେଇ , ହାତରେ ଅଳିଆ ଉଠାଇଲେ ପ୍ରଧାନମନ୍ତ୍ରୀ ।

181

ନମୋଙ୍କ ନିଆରା ଅନ୍ଦାଜ । ଏପଟେ ଚୀନ୍ ରାଷ୍ଟ୍ରପତିଙ୍କ ସହ ଚର୍ଚ୍ଚା , ସେପଟେ ସାମ୍ନାକୁ ଆସିଛି ସ୍ୱଚ୍ଛ ଭାରତ ମିଶନର ଚିତ୍ର । ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ସକାଳୁ ସକାଳୁ ହାତରେ ଜରି ଧରି ବେଳାଭୂମି ସଫେଇ କରିବାକୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେହରେ କଳାକୁର୍ତା । ହାତରେ ଜରି । ଆଉ ମହାବଳୀପୁରମରେ ବେଳାଭୂମିରେ ବୁଲି ବୁଲି ସଫା କରୁଛନ୍ତି ପ୍ରଧାନମନ୍ତ୍ରୀ । ବେଳାଭୂମିରେ ପଡିଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ପ୍ରଧାନମନ୍ତ୍ରୀ ନିଜେ ହାତରେ ଉଠାଇଛନ୍ତି । ଏହା ସହିତ ସାରା ଦେଶବାସୀଙ୍କୁ ନିଜ ଚାରିପଟେ ଥିବା ପରିବେଶକୁ ସ୍ୱଚ୍ଛ ରଖିବାକୁ ସୁନ୍ଦର ବାର୍ତ୍ତା ଟିଏ ବି ଦେଇଛନ୍ତି ମୋଦି । ଭାରତ ଗସ୍ତରେ ରହିଛନ୍ତି ଚୀନ୍ ରାଷ୍ଟ୍ରପତି । ବିଶ୍ୱନେତାଙ୍କ ସହିତ ଅତ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ବି ମୋଦି ମହାବଳୀପୁରମର ବେଳାଭୂମି ସଫେଇ ପାଇଁ ସମୟ କାଢିଛନ୍ତି । ଏହା ହିଁ ପରୋକ୍ଷରେ ଦେଶବାସୀଙ୍କୁ ବାର୍ତ୍ତା ପ୍ରଦାନ କରୁଛି , କି ନିଜର ଦୈନନ୍ଦିନ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ , ପରିବେଶକୁ ସ୍ୱଚ୍ଛ ରଖିବାକୁ ସମୟ ଦେବାକୁ ହେବ । କାରଣ ପରିବେଶ ସ୍ୱଚ୍ଛ ରହିଲେ , ଆମେ ସୁସ୍ଥ ପରିବେଶରେ ସୁସ୍ଥ ଜୀବନ ଯାପନ କରିପାରିବା ।

ପରିବେଶ ପ୍ରତି ଶକ୍ତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ମହାବଲୀପୁରମ୍ ତଟରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିବାର ଦେଖାଯାଇଛି । ମୋଦି କହିଛନ୍ତି ଯେ , ସ୍ୱଚ୍ଛତା ଯୋଗୁଁ ହିଁ ଆମେ ସ୍ୱଚ୍ଛ ଏବଂ ଫିଟ୍ ରହିପାରିବା । ପ୍ରଧାନମନ୍ତ୍ରୀଙ୍କ ଏଭଳି ଅନ୍ଦାଜ୍ ସମାଜକୁ ପରିବେଶ ପ୍ରତି ସଚେତନ କରାଇବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଏହାର ଏକ ଭିଡିଓ ସେୟାର୍ କରିଛନ୍ତି । ସେ ଟ୍ୱିଟ୍ ରେ ଲେଖିଛନ୍ତିି ମମଲ୍ଲାପୁରମ୍ ର ବେଳାଭୂମିରେ ୩୦ ମିନିଟ୍ ର ସଫେଇ ଅଭିଯାନ ଚାଲିଲା । ବେଳାଭୂମିରୁ ଉଠାଯାଇଥିବା ଅଳିଆକୁ ହୋଟେଲ୍ ଷ୍ଟାଫ୍ ଜେୟାରାଜ୍ ଙ୍କୁ ଦିଆଯାଇଥିଲା ।