କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୭ କିମ୍ବା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯିବେ । ତାଳବଣିଆ ହେଲିପ୍ୟାଡରୁ ଏକ ରୋଡ୍ ସୋ’ରେ ବଡ଼ଦାଣ୍ଡ ହୋଇ ଶ୍ରୀମନ୍ଦିର ଯିବେ ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁଣୀ ରୋଡ୍ ସୋ’ କରି ହେଲିପ୍ୟାଡକୁ ଫେରିବେ । ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯାଇ ଜନସମାବେଶରେ ଯୋଗଦେଇ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସର ଉଦଘାଟନ ସହ ଜନସଭାକୁ ସମ୍ବୋଧନ କରିଥିଲେ ନରେନ୍ଦ୍ର ମୋଦୀ ।