କାଲି ଆଲୋକର ପର୍ବ ଦୀପାବଳି । ସୀମାକୁ ଯାଇ ସେନା ସହ ଦୀପାବଳି ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ ।

136

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିୟନ୍ତ୍ରଣ ରେଖାକୁ ଯାଇ ଦୀପାବଳି ପାଳନ କରିପାରନ୍ତି । ପାକିସ୍ତାନ ଓ ଚୀନ୍‌ ସୀମାକୁ ଲାଗିଥିବା ନିୟନ୍ତ୍ରଣ ରେଖାକୁ ଯାଇ ସେଠାରେ ମୁତୟନ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି ସୂଚନା ଆସିଛି । ଏହା ସହ ସେ ଜମ୍ମୁ-କଶ୍ମୀରରେ ଥିବା ସେନା ପୋଷ୍ଟକୁ ମଧ୍ୟ ବୁଲି ଯିବେ ବୋଲି ଜଣାପଡ଼ିଛି ।

ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ଅବସରରେ ନିୟନ୍ତ୍ରଣ ରେଖାରେ ଥିବା ସେନା ପୋଷ୍ଟକୁ ବୁଲିଯିବା ସହ ଯବାନମାନଙ୍କ ଭଲମନ୍ଦ ବୁଝିଥିଲେ । ସେମାନଙ୍କୁ ମିଠା ବାଣ୍ଟି ଦୀପାବଳି ପାଳନ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦୀଜୀ ସେଭଳି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଦୀପାବଳିକୁ ଯବାନମାନଙ୍କ ସହ ପାଳନ କରିବାକୁ ଅଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି । ସବୁ ବର୍ଷ ସେ ଯବାନମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ମନୋବଳ ବଢ଼ାଇଥାନ୍ତି ।