ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: କିଛି ସମୟ ପରେ ଅଯୋଧ୍ୟାରେ ପହଁଞ୍ଚି କରିବେ ରାମଲାଲାଙ୍କ ଦର୍ଶନ; ଭବ୍ୟ ରାମ ମନ୍ଦିରର କରିବେ ଭୂମିପୂଜନ

ମାତ୍ର ୩୨ ସେକେଣ୍ଡର ଶୁଭମୁହୂର୍ତ୍ତ

109

କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ମୁହୂର୍ତକୁ ଅପେକ୍ଷା କରିଛନ୍ତି କୋଟି କୋଟି ରାମ ପ୍ରେମୀ ।

ଏପଟେ, ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ମୋଦି । ସେ ଅଯୋଧ୍ୟାରେ ପହଁଚିବା ପରେ ପ୍ରଥମେ ରାମଲାଲାଙ୍କ ଦର୍ଶନ କରିବେ । ତାପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାପରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

 

ଆଜି ଶେଷ ହେବାକୁ ଯାଉଛି ଶହ ଶହ ବର୍ଷର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଆଜି ପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ । ବୈଦିକ ରୀତିନୀତିରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୧ ଜଣ ପୁରୋହିତ ପୂଜା କରିବେ । ଶିଳାନ୍ୟାସ ପାଇଁ ମାତ୍ର ୩୨ ସେକେଣ୍ଡର ଶୁଭ ମୁହୂର୍ତ ରହିଛି । ଏହି ସମୟ ମଧ୍ୟରେ ମୋଦି ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ । ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସିବେ ପବିତ୍ର ସରଜୁ ନଦୀ ଘାଟକୁ । ଏଠାରେ ସରଜୂ ନଦୀରେ ପୂଜା ସହିତ ଏହାର ଦର୍ଶନ ମଧ୍ୟ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ସଜେଇ ହୋଇ ରହିଛି ସରଜୁ ନଦୀ ତଟ । ନଦୀ କୂଳରେ ପୂଜା ସ୍ଥଳକୁ ସଜ୍ଜିତ କରାଯିବ ସହ ପେଣ୍ଡାଲ ମଧ୍ୟ କରାଯାଇଛି । ସରଜୁ ନଦୀ କୂଳରେ ଶ୍ରୀରାମଙ୍କର ଏକ ବିଶାଳ ପ୍ରତିମୂର୍ତି ନିର୍ମାଣ ଚାଲିଛି । ଆଜି ସକାଳୁ ସକାଳୁ ଭକ୍ତଙ୍କର ସୁଅ ମଧ୍ୟ ଏହି ସ୍ଥାନକୁ ଛୁଟିଲାଣି । ।