ଜାତୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

29

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସର ପରେଡ୍ ସମାରୋହ ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ ୱାର ମେମୋରିଆଲ ଗସ୍ତରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ୱାର ମେମୋରିଆଲରେ ପହଂଚି ଅମର ଯବାନ ଜ୍ୟୋତିରେ ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ୱାର ମେମୋରିଆଲରେ କିଛି ସମୟ ରହିବା ପରେ ରାଜପଥ ଯାଇଥିଲେ ପ୍ରଧାନମନ୍ତ୍ରୀ । ୱାର ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଓ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଇଣ୍ଡିଆ ଗେଟରେ ସହିଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ । ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିର ବିଲୟ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ କରାଯାଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ଜାତୀୟସ୍ତରୀୟ ସମାରୋହ । ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରମ୍ପରା ଅନୁସାରେ ରାଷ୍ଟ୍ରୀୟ ସଂଗୀତ ପରେ ପତାକା ଉତୋଳନ କରିଥିଲେ ରାଷ୍ଟ୍ରପତି । ଏହା ପରେ ୨୧ ତୋପ ସଲାମୀ ଦିଆଯାଇଥିଲା । ଜମ୍ମୁକଶ୍ମୀର ପୋଲିସ ଏସଆଇ ବାବୁ ରାମଙ୍କୁ ମରଣୋତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶ୍ରୀନଗରରେ ଆତଙ୍କବାଦୀଙ୍କ ବିରୋଧରେ ଅନରେସନ୍ରେ ବାବୁ ରାମଙ୍କ ମୃତ୍ୟୁ ହୋଇଥିଲା । ତିନି ଜଣ ଆତଙ୍କବାଦୀଙ୍କ ମାରି ସହିଦ ହୋଇଯାଇଥିଲେ ବାବୁ ରାମ ।