କନକ ବ୍ୟୁରୋ : ଉଜ୍ଜଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ କନେକ୍ସନ ଦିଆଯାଇ ଯୋଜନାର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କିଛି ହିତାଧିକାରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ  ।

Advertisment

ମାଗଣାରେ ଗ୍ୟାସ୍ କନେକ୍ସନ ମିଳୁଥିବାରୁ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦି କହିଥିଲେ, ବର୍ତ୍ତମାନ ସୁଦ୍ଧା ୩ କୋଟି ଗରିବ ପରିବାରକୁ ବିଜୁଳି ସଂଯୋଗ ମିଳିଛି  । ଘର, ବିଜୁଳି, ପାନୀୟ ଜଳ, ଶୌଚାଳୟ, ଗ୍ୟାସ୍, ସଡକ, ହସ୍ପିଟାଲ, ସ୍କୁଲ ଆଦି ପାଇଁ ୬-୭ ମାସ ହେବ ମିଶନ ମୋଡରେ କାମ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  । କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ସାମିଲ ହୋଇଥିଲେ  ।