କନକ ବ୍ୟୁରୋ : ଆଉ ପାଦେ ଆଗେଇଲା ଡିଜିଟାଲ ଇଣ୍ଡିଆ । ଇ ରୁପି ପେମେଣ୍ଟ ପ୍ଲାଟଫର୍ମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏଣିକି ପେମେଣ୍ଟ କରିବା ହେବ ଆହୁରି ସହଜ । ଡିଜିଟାଲ ପେମେଂଟକୁ ପ୍ରୋତ୍ସାହିତ କରିବା ପାଇଁ ‘ଇ-ରୁପି’ ଲଂଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ୍ ପେମେଂଟ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଏନପିସିଆଇ ନିଜର ୟୁପିଆଇ ପ୍ଲାଟଫର୍ମରେ ଏହାକୁ ବିକଶିତ କରିଛି । ଏହା ଜରିଆରେ କାସଲେସ୍ ଓ କଂଟାକ୍ଟଲେସ୍ ଟ୍ରାଞ୍ଜାକସନ୍ ହୋଇପାରିବ ।

Advertisment

ଦେଶରେ ଆଉ ପାଦେ ଆଗେଇଛି ଡିଜିଟାଲ୍ ଇଣ୍ଡିଆ । ଦେଶରେ ଟଙ୍କାର ନେଣ ଦେଣର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଂଚ କରିଛନ୍ତି ଇ-ରୁପି ପେମେଂଟ୍ ପ୍ଲାଟଫର୍ମ । ଏହି ଅବସରରେ ଭାଉଚର ଜରିଆରେ ଟଙ୍କାର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଦେଶରେ ଇ-ରୁପି ଭାଉଚର ଦ୍ୱାରା ଲୋକେ ବେଶ ସୁବିଧା ପାଇବେ । ଏଥିରେ ଲୋକଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାଂଜାକ୍ସନ ମିଳିପାରିବ । ଇ-ରୁପି ପ୍ଲାଟଫର୍ମରେ ଅନଲାଇନ୍ ପେମେଂଟରେ ଠକାମିର ଶିକାର ହେବାର ଭୟ ନଥିବ । ଟଙ୍କା ବଦଳରେ ଇ-ରୁପିର ପ୍ରୟୋଗ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଇଲେକ୍ଟ୍ରୋନିକ୍ସ ଭାଉଚର ଆଧାରିତ ଡିଜିଟାଲ ପେମେଂଟ ସିଷ୍ଟମ ‘ଇ-ରୁପିରେ’ କୌଣସି ସେବା ବିନା ପ୍ରାୟୋଜକରେ ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ କରିଥାଏ । ଇ-ରୁପି ଏକ ପ୍ରିପେଡ୍ ଭଳି କାମ କରୁଥିବା ବେଳେ କୌଣସି ମଧ୍ୟସ୍ଥିଙ୍କ ଯୋଗଦାନ ବିନା ସେବା ପ୍ରଦାନକାରୀଙ୍କୁ ଠିକ୍ ସମୟରେ ଦେୟ ନିଶ୍ଚିତ କରିବ । କୁହାଯାଉଛି, କଲ୍ୟାଣକାରୀ ସେବା ଚୋରିକୁ ରୋକିବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ ହୋଇପାରେ ।

ଏହି ପେମେଂଟ ପ୍ଲାଟଫର୍ମ ହେଉଛି, ନଗଦବିହୀନ ଏବଂ ଯୋଗାଯୋଗହୀନ ପଦ୍ଧତି । ଏହା ସେବା ପ୍ରଦାନକାରୀ ଏବଂ ଲାଭାର୍ଥୀଙ୍କୁ ସିଧାସଳଖ ସଂଯୋଗ କରେ । ଏହା ସହ ସରକାରୀ ଯୋଜନାର ଲାଭ ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯିବ, ଯାହା ଦୁର୍ନୀତିକୁ ହ୍ରାସ କରିବ ।