କନକ ବ୍ୟୁରୋ : ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ଉପଲକ୍ଷେ କେନ୍ଦ୍ର ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଏହି କ୍ରମରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ କେନ୍ଦ୍ର ସରକାର ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ସରକାର ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତିଟି ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ୱାନ ଦେଇଛନ୍ତି ।

Advertisment

କେବଳ ସେତିକି ନୁହେଁ କେନ୍ଦ୍ର ସରକାର ଦେଶରେ ଥିବା ଜାତୀୟ ପତାକା କୋଡ ୨୦୦୨ ର ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ମୁତାବକ ଏବେ ଦେଶର ଜନସାଧାରଣ ଦିନରାତି ଜାତୀୟ ପତାକା ଉଡାଇପାରିବେ । କେନ୍ଦ୍ର ସରକାର ଚଳିତମାସ ୨୦ ତାରିଖରେ ପତାକା କୋଡ ୨୦୦୨ ର ପୁନଃ ସଂଶୋଧନ କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ସେ କହିଛନ୍ତି କି ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହି କ୍ରମରେ ଦେଶବାସୀ ତ୍ରିରଙ୍ଗା ଆନ୍ଦୋଳନକୁ ମଜବୁତ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କି ଏଭଳି କରିବା ଦ୍ୱାରା ଦେଶବାସୀଙ୍କ ମଧ୍ୟରେ ଭାଇଚାରା ମଜବୁତ ହେବ ।