ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ, ମୋଗଲଙ୍କ ସହ କଲେ ତୁଳନା । କହିଲେ ପବିତ୍ର ଚୈତ୍ରମାସରେ ମାଛ ଖାଇ ଭିଡିଓ କରୁଛନ୍ତି ତେଜସ୍ୱୀ

112

କନକ ବ୍ୟୁରୋ : ବିରୋଧୀ ଦଳଙ୍କ ମନରେ ବଂଚି ରହିଛି ମୋଗଲ ମାନସିକତା, ଭୋଟ ବ୍ୟାଙ୍କ ପକ୍କା କରିବା ପାଇଁ ଏମାନେ ସନାତନ ଧର୍ମକୁ ବାରମ୍ବାର ଅପମାନ କରୁଥିବା ବେଳେ ହିନ୍ଦୁ ମାନଙ୍କ ଆଧ୍ୟାତ୍ମିକ ମାନସିକତାକୁ କୁଠାରଘାତ କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଜମ୍ମୁ କାଶ୍ମୀର ଉଦ୍ଧମପୁରରେ ଆୟୋଜିତ ବିଜେପିର ନିର୍ବାଚନୀ ରାଲିରେ ଯୋଗ ଦେଇ କିଛି ଏଭଳି କହି ବିରୋଧୀ ଇଣ୍ଡିଆ ମେଂଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ପବିତ୍ର ଶ୍ରାବଣ ମାସରେ ଭାରତଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ମଟନ ରାନ୍ଧିବା ଏବଂ ଦୁଇ ଦିନ ତଳେ ନବରାତ୍ରୀର ପ୍ରଥମ ଦିନରେ ତେଜସ୍ୱୀ ଯାଦବ ମାଛ ଖାଇବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଏମାନଙ୍କ ଠାରେ ଏବେ ବି ମୋଗଲ ମାନସିକତା ବଂଚି ରହିଛି ବୋଲି କହିଛନ୍ତି । ଭାରତୀୟ ଲୋକଙ୍କ ଭାବନା ସହ ଖେଳିବା ଇଣ୍ଡିଆ ମେଂଟ ଓ କଂଗ୍ରେସର ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି ।