୨ଟିAIIMS , IIT, IIM , ୨ଟି ବଡ କ୍ୟାନ୍ସର ହସ୍ପିଟାଲ ଓ ସ୍ମାର୍ଟ ସିଟି… ଜମ୍ମୁ-କାଶ୍ମୀରକୁ ୬୪୦୦ କୋଟିର ଭେଟି ଦେଲେ ମୋଦୀ ।

159

କନକ ବ୍ୟୁରୋ: ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆଜି ଜମ୍ମଚ-କାଶ୍ମୀର ଗସ୍ତ କରିଥିଲେ ପ୍ରଧାନନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଶ୍ରୀନଗରରେ କାଶ୍ମୀରବାସୀଙ୍କୁ ସମ୍ବୋଧନ କରି କହିଥିଲେ, ଧରିତ୍ରୀର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରକୁ ଆସି ତାଙ୍କୁ ଅଦ୍ୱିତୀୟ ଅନୁଭୂତି ମିଳିଛି । ଏହି ନୂଆ ଜମ୍ମୁ-କାଶ୍ମୀରର ଅପେକ୍ଷା ତାଙ୍କୁ ଦୀର୍ଘ ବର୍ଷରୁ ଥିଲା । ଏବେ ଏହାର ବିକାଶର ଉକ୍ରର୍ଷ ତାଙ୍କର ଲକ୍ଷ୍ୟ’ । ଏହି କ୍ରମରେ ଜମ୍ମୁ-କାଶ୍ମୀରରେ ୨ଟି ଏମ୍ସ, ଆଇଆଇଟି, ଆଇଆଇଏମ, ଓ ୨ଟି ବଡ କ୍ୟାନ୍ସର ହସ୍ପିଟାଲ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ସେ ୬୪୦୦ ମୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆସନ୍ତା ୫ ବର୍ଷରେ ଜମ୍ମୁ-କାଶ୍ମୀର ଦ୍ରୁତ ଗତିରେ ବିକାଶ କରିବ ବୋଲି ମୋଦୀ ଦୃଢତା ପ୍ରକାଶ କରିଛନ୍ତି ।