ଆଜି ରୋମରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ସଂନ୍ଧ୍ୟାରେ ଜି-୨୦ ଶୀଖର ସମ୍ମିଳନୀ

62

କନକ ବ୍ୟୁରୋ : ୧୬ ତମ ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲି ଗସ୍ତରେ ଅଛନ୍ତି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ରୋମ ଯିବେ । ସେଠାରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ  । ଏହି ଭେଟଘାଟ ୩୦ ମିନିଟ ପାଇଁ ହେବ ବୋଲି ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ପୋପଙ୍କ ସହ ସାକ୍ଷାତ ବେଳେ କରୋନା ମହାମାରୀ ମାମଲାରେ ବିଶ୍ୱର ଦୃଷ୍ଟିକୋଣ ଉପରେ ଆଲୋଚନା ହୋଇପାରେ । ଏହାସହ ପ୍ରଧାନମନ୍ତ୍ରୀ ପ୍ରଥମେ ପୋପଙ୍କୁ ବ୍ୟକ୍ତିଗତ ସ୍ତରରେ ଭେଟ କରିବେ ଓ ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ ।

ଶୃଙ୍ଗଲଙ୍କ ସୂଚନା ମୁତାବକ ମଧ୍ୟାହ୍ନ ୧୨ ଟାରେ ପ୍ରଧାନମନ୍ତ୍ରୀ ଭାଟିକାନ ସିଟି ଗସ୍ତ କରିବେ । ସେଠାରେ ସେ ୧.୪୫ ମିନଟରେ ପୋପଙ୍କ ସହ ଭେଟ କରିବେ ଓ ୨.୩୦ ରେ ଇଟାଲିର ବିଦେଶମନ୍ତ୍ରୀ କାର୍ଡିନଲ ପିଏତ୍ରୋ ପରୋଲିନଙ୍କ ସହ ଭେଟ କରିବେ ।

ସଂନ୍ଧ୍ୟା ୫.୩୫ ମିନିଟରେ ଜି-୨୦ ଶୀଖର ସମ୍ମିଳନୀରେ ଅଧିକାରୀଙ୍କ ସ୍ୱାଗତ ଓ ସାମୁହିକ ଫଟୋ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାଗନେବେ । ଏହାସହ ସଂନ୍ଧ୍ୟା ୬ ଟା ୧୦ ମିନିଟରେ ଫ୍ରାନ୍ସ ରାଷ୍ଟ୍ରପି ଇମାନୁଏଲ ମୈକ୍ରୋଙ୍କ ସହ ଭେଟ କରିବେ ।

କହିରଖୁ କି ପ୍ରଧାନମନ୍ତ୍ରୀ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀ ମୋରିଓ ଡେଗୀଙ୍କ ନିମନ୍ତ୍ରଣରେ ୨୯ ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରୋଗ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ଇଟାଲି ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ଦେଇ ସମ୍ମାନିତ କରାଯାଇଥିଲା ।