କନକ ବ୍ୟୁରୋ: ଦେଶର ସମସ୍ତ ସରପଂଚଙ୍କ ସହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଆଲୋଚନା କରିବେ । ଦୁରଦର୍ଶନରେ ଆଜି ଦିନ ୧୧ଟା ସମୟରେ ସରପଂଚଙ୍କ ସହିତ କଥା ହେବେ ମୋଦି । ଆଜି ଟୁଇଟ କରି ପ୍ରଧାମନ୍ତ୍ରୀ ନରନ୍ଦ୍ରେ ମୋଦି ଏହି ସୂଚନା ଦେଇଛନ୍ତି । ସାରା ଦେଶ କରୋନାକୁ ମୁକାବିଲା କରୁଥିବା ସମୟରେ ଦେଶର ବିଭିନ୍ନ ପଂଚାୟତରେ ଥିବା ସରପଞ୍ଚଙ୍କ ଭୂମିକା ବେଶ ଗୁରୁତ୍ୱବହନ କରୁଛି । ଦେଖିବାର କଥା ପ୍ରଧାନମନ୍ତ୍ରୀ ମୋଦି ଏହି ସରପଂଚମାନଙ୍କୁ କି ଗୁରୁମନ୍ତ୍ର ଦେଉଛନ୍ତି ।
At 11 AM today, PM @narendramodi would be interacting with Sarpanchs from across the nation via video conferencing. All Sarpanchs will be able to join this interaction through Doordarshan, from their respective homes adhering to social distancing norms.
— PMO India (@PMOIndia) April 24, 2020
ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଫୋନ ମାଧ୍ୟମରେ ଆଲୋଚନା ହୋଇଛି । ପୁରୀ ରଥଯାତ୍ରା ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । କରୋନାରେ ପୁରୀ ରଥଯାତ୍ରା ହେବ କି ନାହିଁ ଅନିଶ୍ଚିତତା ଲାଗିରହିଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବାର ଅଛି । ବୈଠକରେ ରଥଯାତ୍ରା ନେଇ କିଛି ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି ।