ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା : ୧୦ରାଜ୍ୟର ୫୮ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା

ମୋଦୀ କହିଲେ, ଆପଣଙ୍କ ଅଭିଜ୍ଞତା ଓ ପରାମର୍ଶରୁ ପ୍ରସ୍ତୁତ ହୋଇପାରିବ ଉପାଦେୟ ଯୋଜନା

314

କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନାର ଦ୍ବିତୀୟ ଲହର । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ୧୦ରାଜ୍ୟର ୫୮ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା ମଧ୍ୟ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆମକୁ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେଠାରେ କରୋନା ପରୀକ୍ଷାକୁ ଅଧିକରୁ ଅଧିକ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଦେଶରେ କିଛି ଦିନ ହେବ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଏହା ଶେଷ ମହାମାରୀ ହେଉ । ପ୍ରତ୍ୟେକ ମହାମାରୀ ଆମକୁ ଗୋଟିଏ କଥା ଶିଖାଇଛି । ମହାମାରୀ ସହିତ ମୁକାବିଲା କରିବାର ଆମର ପଦ୍ଧତିରେ କ୍ରମାଗତ ପରିବର୍ତ୍ତନ, କ୍ରମାଗତ ନବସୃଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମର ପଦ୍ଧତି ଏବଂ ରଣନୀତି ମଧ୍ୟ ଗତିଶୀଳ ହେବା ଉଚିତ୍।

ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ, କରୋନାଭାଇରସ୍‌ର ବିଧ୍ବସ୍ତକାରୀ ସଂକ୍ରମଣ ଓ ମୃତ୍ୟୁ ସହ ଦେଶ ଲଢ଼େଇ କରୁଥିବା ବେଳେ ଟିକା ସଙ୍କଟ ଉପୁଜିଛି । ଏ ସମୟରେ ଗୋଟିଏ ଡୋଜ୍‌ ଟିକା ନଷ୍ଟ କରିବା ଅର୍ଥ ଜଣେ ବ୍ୟକ୍ତିଙ୍କୁ ଏହି ନିର୍ଦ୍ଦୟୀ ଭୂତାଣୁ କବଳରୁ ନିରାପଦ ରହିବାରୁ ବଞ୍ଚିତ କରିବା । ଟିକା ନଷ୍ଟ ହେଉଥିବାର ଖବର ମିଳୁଛି । ଟିକା ଯୋଗାଇ ଦିଆଯିବା ପରେ, ସେଗୁଡ଼ିକ ଯେମିତି ନଷ୍ଟ ନ ହୁଏ ସେଥିପ୍ରତି ସୁନିଶ୍ଚିତ ରହିବା ଆବଶ୍ୟକ । ଉଭୟ ମଫସଲ ଏବଂ ନଗରାଞ୍ଚଳରେ ଆପଣମାନେ ଏହା ଉପରେ ନଜର ରଖିବା ଆବଶ୍ୟକ । ଟିକା ନଷ୍ଟ ରୋକିବା ଗୁରୁତ୍ବପୂର୍ଣ୍ଣ କଥା। ଟିକା ଯେମିତି ନଷ୍ଟ ନ ହୁଏ, ସେଥିପ୍ରତି ଯତ୍ନବାନ ହେବା ଉଚିତ।