ଦିଲ୍ଲୀ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ କନଭେନସନ ସେଂଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ୭ଟି ଉନ୍ନତ ପ୍ରଦର୍ଶନୀ ହଲ ସହ ରହିଛି ୩ଟି ଭବ୍ୟ ଆମ୍ପି ଥିଏଟର

134

କନକ ବ୍ୟୁରୋ : ଦୁନିଆର ଅନ୍ୟତମ ସର୍ବବୃହତ ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷ ବା ଆଇଇସିସିର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀ । ଦିଲ୍ଲୀ ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଦର୍ଶନୀ ଓ ସମ୍ମିଳନୀ କକ୍ଷର ଲୋକାର୍ପଣ କରିଛନ୍ତି । ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ହୋଇଛି । ଏଥିରେ ଏକାସଙ୍ଗେ ୭ ହଜାର ଲୋକେ ବସି ପାରିବେ । ତେବେ ଏହା ସିଡ଼ନୀର ଅପେରା ହାଉସ ଠାରୁ ମଧ୍ୟ ବଡ଼ ଅଟେ । ଆଇଟିପିଓ ବା ଇଂଟରନ୍ୟାସନାଲ ଟ୍ରେଡ଼ ପ୍ରମୋସନ ଅର୍ଗାନାଇଜେସନ ଅଧିନରେ ଥିବା ୧୨୩ ଏକର ଜାଗାର ଏକ ଅଂଶରେ ଏହାକୁ ନିର୍ମାଣ କରାଯାଇଛି । ଉଦଘାଟନ ପୂର୍ବରୁ ସ୍ୱତନ୍ତ୍ର ହୋମଯଜ୍ଞ ସହ ପୂଜା କରିଛନ୍ତି । ପୂଜା ପରେ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ୭ଟି ଉନ୍ନତ ପ୍ରଦର୍ଶନୀ ହଲ ସହ ଏଥିରେ ରହିଛି ୩ଟି ଭବ୍ୟ ଆମ୍ପି ଥିଏଟର । ପାଂଚ ହଜାର ୫ଶହରୁ ଅଧିକ ଗାଡ଼ି ରଖିବା ପାଇଁ ଏଠାରେ ପାର୍କିଂସ୍ଥଳୀ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ସମ୍ମିଳନୀ କକ୍ଷ ପରିସରରେ ଆଗାମୀ ସେପ୍ଟେମ୍ବରରେ ଜି-ଟ୍ୱେଂଟି ବୈଠକ ହେବାର ଯୋଜନା ରହିଛି । ଏହାର ନିର୍ମାଣ କାର୍ଯ୍ୟ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ।