ଉତ୍ତରପ୍ରଦେଶରେ ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ । କୁଶିନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦି ।

51

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୟୁପି ନାଗରିକ କୁଶିନଗର ଏୟାରପୋର୍ଟର ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ, ବୃଦ୍ଧ ଧର୍ମ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦେଲେ ଭେଟି । ଉଡାଣ ଯୋଜନା ଅଧିନରେ ସାମିଲ ହେଲା କୁଶିନଗରର ଇଂଟରନ୍ୟାସନାଲ ଏୟାରପୋର୍ଟ । ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ଥିବାବେଳେ ୟୁପିରେ ନୂଆ ଆନ୍ତର୍ଜାତୀକ ଏୟାରପୋର୍ଟର ଲୋକାର୍ପଣ କରିଛନ୍ତି ମୋଦି ।

ଉତ୍ତରପ୍ରଦେଶରେ କୁଶିନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଥମ ବିମାନ ଭାବେ ଅବତରଣ କରିବ ଶ୍ରୀଲଙ୍କା ଏୟାରଲାଇନସର ବିମାନ । ଯାହାର ଘୋଷଣା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ଉଦଘାଟନକୁ ନେଇ ଉତ୍ତରପ୍ରଦେଶରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆଦି ନଜର ଆସିଛନ୍ତି । ଏହା ସହ ଶ୍ରୀଲଙ୍କାର କ୍ରୀଡାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଭାଗ ନେଇଛନ୍ତି । ଏୟାରପୋର୍ଟର ଲୋକାର୍ପଣ କରିବା ପରେ ଭଗବାନ ବୁଦ୍ଧଙ୍କ ମହିମା ଗାନ କରିଛନ୍ତି ମୋଦୀ ।

ଏହି ଅବସରରେ ସ୍ଥାନୀୟ ପର୍ଯ୍ୟଟନର ଉନ୍ନତି ବିଷୟରେ ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ । କୁଶିନଗର ବିମାନବନ୍ଦର ପୂରା ଅଞ୍ଚଳର ଅର୍ଥନୈତିକ ପରିବେଶର ଉନ୍ନତି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ମୋଦି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଏକ ସପ୍ତାହରେ ୪ ଥର କୁଶିନଗରରୁ ଦିଲ୍ଲୀ ଯିବାପାଇଁ ଡାଇରେକ୍ଟ ଫ୍ଲାଇଟର ବ୍ୟବସ୍ଥା ନଭେମ୍ବର ୨୬ରୁ ଆରମ୍ଭ ହେବ । ସେହିପରି ଡିସେମ୍ବର ୧୮ରେ କୋଲକତା ଓ ମୁମ୍ବାଇରୁ ମଧ୍ୟ କୁସିନଗରକୁ ଡାଇରେକ୍ଟ ଫ୍ଲାଇଟର ବ୍ୟବସ୍ଥା ଆରମ୍ଭ ହେବ । ତେବେ ଏହି ବିମାନବନ୍ଦର ଆନ୍ତର୍ତାଜୀୟ ସ୍ତରରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ ବୋଲି ସେ କହିଛନ୍ତି ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନସଭା ପୂର୍ବରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି । ତେବେ ଏହି ବିମାନବନ୍ଦରର ଅନେକ ବିଶେଷତ୍ୱ ରହିଛି ।
କୁଶିନଗର ଅନ୍ତର୍ଜାତୀୟ ବିମାନବନ୍ଦର:
– ୨୬୦ କୋଟି ବଜେଟରେ ୫୮୯ ଏକର ଜାଗାରେ ନିର୍ମିତ ହୋଇଛି କୁଶିନଗର ଏୟାରପୋର୍ଟ
– ଏହାସହ ଉତ୍ତରପ୍ରଦେଶ ସର୍ବାଧିକ ବିମାନବନ୍ଦର ଥିବା ରାଜ୍ୟରେ ପରିଣତ ହୋଇଛି
– ଉଦଘାଟନ ପରେ ପ୍ରଥମ ଅନ୍ତର୍ଜାତୀୟ ବିମାନ ଭାବେ ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ କୁଶିନଗର ଏୟାରପୋର୍ଟରେ ଅବତରଣ କରିବ
– କଲମ୍ବୋରୁ ଆସୁଥିବା ଏହି ବିମାନରେ ଶ୍ରୀଲଙ୍କାର ୧୨୫ ଜଣ ବୌଦ୍ଧ ଧର୍ମୀ ସାଧୁ କୁଶିନଗର ଆସିବେ ।